ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଆଜି ହେବ ଚକଡେରା

ପୁରୀ(କେନ୍ୟୁଜ୍): ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଚଳଚଞ୍ଚଳ ରଥଖଳା। ମହାରଣା ଓ ଭୋଇ ସେବକମାନେ ରଥ ନିର୍ମାଣ କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଉଛନ୍ତି। ଆଜି ଚକଡେରା ହେବ। ତିନି ରଥର ୪୨ଟି ଚକ ତିଆରି ସରିଛି। ନନ୍ଦିଘୋଷର ୧୬ଟି ତାଳଧ୍ୱଜର ୧୪ଟି ଓ ଦର୍ପଦଳନର ୧୨ଟି ଚକ ରହିଛି। ରୂପକାରମାନେ କଣଗୁଜ କରିଛନ୍ତି। ଆଗକୁ ନାଟଗୋଡ, ସିଂହାସନ ଓ ପଟାଗୁଜ କାମ ଆରମ୍ଭ ହେବ। ଚକଅଖ କାମ ଡେରା ସରିବା ପରେ ମହାରଣାସେବକମାନେ ଅନ୍ୟ କାମ ଆଗକୁ ନେବାର ପରମ୍ପରା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.