ୟୁପିର ଇଟାୱାରେ ମାଡିଗଲା ରାଜଧାନୀ ଏକ୍ସପ୍ରେସ, ୪ମୃତ

ୟୁପିର ଇଟାୱା ଜିଲ୍ଲାରେ ଆଜି ଏକ ଭୟାନକ ଦୁର୍ଘଟଣା ଘଟିଯାଇଛି । ଏଠାରେ ରାଜଧାନୀ ଏକ୍ସପ୍ରେସରେ ଚାପି ହୋଇ ୪ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଷ୍ଟେସନ୍ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଏନେଇ ଖବର ପାଇବା ପରେ ରେଲୱେ ଅଧିକାରୀ ଘଟଣାସ୍ଥରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣା ବଲରଇ ରେଲୱେ ଷ୍ଟେସନର ଅଟେ । କାନପୁରର ଗୁଜେନୀ ନିବାସୀ ୟସବନ୍ତଙ୍କ କହିବା ଅନୁଯାୟୀ ଚାରି ଜଣ ସମ୍ପର୍କୀୟ ଅଟନ୍ତି । ଚାରି ଜଣ କାନପୁରରୁ ଟ୍ରେନରେ ବସିଥିଲେ ଏବଂ ସୁରତ ଯାଉଥିଲେ । ୟସବନ୍ତ କହିଛନ୍ତି କି, କାନପୁରରୁ ଏକ୍ସପ୍ରେସ୍ ଟ୍ରେନ ସେମାନେ ବସିଥିଲେ । ସେ ଏହି ଅଭିଯୋଗ ମଧ୍ୟ ଲଗାଇଛନ୍ତି କି, ଟିଟିଆଇ ସେମାନଙ୍କୁ ୫୦୦ଟଙ୍କା ମାଗିଥିଲେ ।

ଟିଟିଆଇ ଡରରେ ସେମାନେ ଓଲଟା ପଟେ ତଳକୁ ଓହ୍ଲାଇ ଦୌଡିଥିଲେ । ସେତେବେଳେ ହଠାତ୍ ରାଜଧାନୀ ଏକ୍ସପ୍ରେସ୍ ଆସିଯାଇଥିଲା ଏବଂ ଚାରିଜଣଙ୍କ ଉପରେ ମାଡି ଚାଲିଯାଇଥିଲା । ମୃତକଙ୍କ ମଧ୍ୟରେ ଜିତୁ(୨୦), ଲାଲ ଚନ୍ଦ୍ର(୨୦),ସୁରେନ୍ଦ୍ର କୁମାର(୨୧),ପିଣ୍ଟୁ(୨୦) ଥିବାବେଳେ ସମସ୍ତେ ଜୁଗରାଜପୁର ଜିଲ୍ଲା କୌସାମ୍ବିର ନିବାସୀ ଅଟନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.