Below header

ପିଲାଙ୍କୁ କ୍ଷୀର ସହିତ ମିଶାଇ ପିଇବାକୁ ଦିଅନ୍ତୁ ଏହି ଜିନିଷ, ଦୂର ହୋଇଯିବ ବିଛଣାରେ ପରିଶ୍ରା କରିବା ଅଭ୍ୟାସ

ଅଧିକାଂଶ ମା-ବାପା ଏହି କଥା ନେଇ ଚିନ୍ତାରେ ଥାଆନ୍ତି ଯେ ତାଙ୍କ ପିଲା ବଡ ହେବା ପରେ ମଧ୍ୟ ବିଛଣାରେ ପରିଶ୍ରା କରିଦିଅନ୍ତି। ଯଦି ଆପଣ ମଧ୍ୟ ଏହି ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ ଆପଣଙ୍କୁ କିଛି ଏମିତି ଘରୋଇ ଉପାୟ ବିଷୟରେ ଜଣାଇବାକୁ ଚାହିଁବୁ ଯାହାକୁ ଆପଣେଇଲେ ପିଲାଙ୍କର ଏହି ଅଭ୍ୟାସ ଦୂର ହୋଇଯିବ।

-ଛୋଟ ପିଲାମାନେ ବିଛଣାରେ ପରିଶ୍ରା କରିବା ଏକ ସାଧାରଣ କଥା। କିନ୍ତୁ ଯେତେବେଳେ ପିଲା ୩ ବର୍ଷରୁ ଅଧିକ ବର୍ଷର ହୋଇଯିବା ପରେ ମଧ୍ୟ ବିଛଣାରେ ପରିଶ୍ରା କରୁଥାଏ ତେବେ ସେମାନଙ୍କର ଏହା ଅଭ୍ୟାସରେ ପଡିଯାଇଥାଏ। ଏହି ସମସ୍ୟାରୁ ପିଲାଙ୍କୁ ଦୂରେଇ ରଖିବାକୁ ହେଲେ ଶୋଇବା ପୂର୍ବରୁ ଦୁଇ ଘଣ୍ଟା ପୂର୍ବରୁ ଏକ କପ୍‌ ଉଷୁମ କ୍ଷୀରରେ ଏକ/ଚାରି ଚାମଚ ଜାଇଫଳ ମିଶାଇ ପିଇବାକୁ ଦେବା ଆବଶ୍ୟକ।

child wet-ପିଲାଙ୍କର ବିଛଣାରେ ପରିଶ୍ରା କରିବା ଅଭ୍ୟାସକୁ ଦୂରେଇବା ପାଇଁ ପିଲାକୁ ପ୍ରତିଦିନ ଥଣ୍ଡା ପାଣିରେ ଏକ ଚାମଚ ମହୁ ମିଶାଇ ପିଇବାକୁ ଦିଅନ୍ତୁ। ଧ୍ୟାନ ରଖନ୍ତୁ ମହୁ ଯେପରି ଶୁଦ୍ଧ ହୋଇଥିବା ଦରକାର। ଏପରି ଭାବରେ ଲଗାତର ପିଆଇବା ଦ୍ୱାରା ଏହି ଅଭ୍ୟାସ ଦୂର ହୋଇଯାଇଥାଏ।

-ନିଦରେ ପରିଶ୍ରା କରିବା ଅଭ୍ୟାସ ଛାଡିବାକୁ ଚାହୁଁଥିଲେ ପିଲାଙ୍କୁ ଦୁଇ ରୁ ତିନିଟି କଦଳୀ ଖାଇବାକୁ ଦିଅନ୍ତୁ। ଏହା ଦ୍ୱାରା ସମସ୍ୟା ଦୂର ହୋଇଯାଇଥାଏ।

-ପିଲାଙ୍କୁ ପ୍ରତିଦିନ ଶୋଇବା ପୂର୍ବରୁ ତିନି ଚରୋଟି ଅଖରୋଟ ଖାଇବାକୁ ଦେବା ଦ୍ୱାରା ମଧ୍ୟ ରାତିରେ ବିଛଣାରେ ପରିଶ୍ରା କରିବା ଅଭ୍ୟାସ ଛାଡି ଯାଇଥାଏ।

child-ଆୟୁର୍ବେଦ ବିଜ୍ଞାନ ଅନୁସାରେ ପିଲାଙ୍କୁ ପ୍ରତିଦିନ ସକାଳେ ଖାଲି ପେଟରେ ଭିଜା କିସମିସ ଖାଇବାକୁ ଦେବା ଦ୍ୱାରା ବହୁତ ଲାଭ ମିଳିଥାଏ। ଏହାଦ୍ୱାରା ପିଲାର ରାତିରେ ପରିଶ୍ରା କରିବାର ଅଭ୍ୟାସ କମ୍‌ ହୋଇଯାଇଥାଏ।

-କେତେକ ଥର ଥଣ୍ଡା କାରଣରୁ ମଧ୍ୟ ପିଲା ବିଛଣାରେ ପରିଶ୍ରା କରିଦିଅନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ପିଲାକୁ ଶୋଇବାର ଏକ ଘଣ୍ଟା ପୂର୍ବରୁ ଗୋଟେ ଗ୍ଲାସ ଉଷୁମ କ୍ଷୀର ପିଇବାକୁ ଦିଅନ୍ତୁ। ଏହାସହିତ କିଛି ଗୁଡ ମଧ୍ୟ ଖାଇବାକୁ ଦିଅନ୍ତୁ।

-ବିଛଣାରେ ପରିଶ୍ରା କରଥିବା ପିଲାଙ୍କର ଏହି ଅଭ୍ୟାସକୁ ଛଡାଇବା ପାଇଁ ପିଲାକୁ ରାତିରେ ଶୋଇବା ପୂର୍ବରୁ ଏକ କପ୍‌ ଉଷୁମ ପାଣିରେ ଗୋଟେ ଚାମଚ ଜୁଆଣି ପେଶୀ ସେଥିରେ ମିଶାଇ ପିଇବାକୁ ଦିଅନ୍ତୁ। ଏହା ଦ୍ୱାରା ସମସ୍ୟା ଶୀଘ୍ର ଦୂର ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.