Below header

ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ, ଏଣିକି ମେୟର ଓ ପୌରାଧ୍ଯକ୍ଷଙ୍କୁ ସିଧାସଳଖ ନିର୍ବାଚିତ କରିବେ ଭୋଟର

ଭୁବନେଶ୍ବର(କେନ୍ଯୁଜ୍): ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ । ପଞ୍ଚାୟତ ନିର୍ବାଚନ ପରେ NAC/ମୁନିସିପାଲ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଏଣିକି ସିଧାସଳଖ ନିର୍ବାଚିତ ହେବେ ମେୟର । ମହାନଗର ନିଗମ ମେୟର ଓ ପୌରପାଳିକା/NAC ଅଧ୍ୟକ୍ଷ ଆଉ ପରୋକ୍ଷ ଭାବେ ନିର୍ବାଚିତ ହେବେନି । ସେମାନଙ୍କୁ ଭୋଟରମାନେ ସିଧାସଳଖ ନିର୍ବାଚିତ କରିବେ । ୨୦୧୮ ମସିହା ସେପ୍ଟେମ୍ବର ମାସରେ ଏ ସଂକ୍ରାନ୍ତରେ ସଂଶୋଧିତ ଆଇନ ବିଧାନସଭାରେ ଗୃହୀତ ହୋଇଥିଲା । ପାଖାପାଖି ୩ ବର୍ଷ ପରେ ଏହି ସଂଶୋଧିତ ଆଇନ ଆଧାରରେ ପ୍ରସ୍ତୁତ ଚିଠା ନିୟମ ଓଡ଼ିଶାରେ ଗେଜେଟରେ ପ୍ରକାଶ କରି ସାଧାରଣ ଲୋକଙ୍କ ମତାମତ ଲୋଡିଛନ୍ତି ସରକାର ।

୩୦ ଦିନ ଭିତରେ ନାଗରିକ ମାନେ ସେମାନଙ୍କ ଆପତ୍ତି, ଅଭିଯୋଗ ଓ ପ୍ରସ୍ତାବ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ନିକଟକୁ ପଠାଇପାରିବେ । ନୂଆ ବ୍ୟବସ୍ଥା ଅନୁଯାୟୀ ପୌର ନିର୍ବାଚନ ସମୟରେ କାଉନସିଲର,କର୍ପୋରେଟର ଓ ମେୟର, ଅଧ୍ୟକ୍ଷ ପଦବୀ ପାଇଁ ଦୁଇଟି ସ୍ୱତନ୍ତ୍ର ଭିନ୍ନ ରଙ୍ଗର ବାଲାଟ ପେପର ରହିବ । ଦୁଇଟି ଭୋଟ ବାକ୍ସ ରହିବ । ପୂର୍ବରୁ କାଉନସିଲର/କର୍ପୋରେଟରମାନେ ନିଜ ଭିତରୁ ମେୟର ନିର୍ବାଚନ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.