Below header

ଯୁକ୍ତ ଦୁଇ କଲେଜ ଖୋଲିବାକୁ ପ୍ରସ୍ତୁତି: ବିଶୋଧନ ଓ କ୍ଲାସ ରୁମ୍‌ ସଫେଇ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର: ଯୁକ୍ତ ଦୁଇ କଲେଜ ଖୋଲିବାକୁ ପ୍ରସ୍ତୁତି । ବିଶୋଧନ ଓ ସଫା କରି କ୍ଲାସ ରୁମ୍‌ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ । ସଫା ଓ ବିଶୋଧନ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବୃନ୍ଦାବନ ବେହେରା ସମସ୍ତ ସରକାରୀ ଓ ଘରୋଇ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କୋଭିଡ୍‌ ୧୯ ଯୋଗୁଁ ମାର୍ଚ୍ଚ ମାସଠାରୁ ପାଠପଢା ବନ୍ଦ ରହିଛି । ଫଳରେ ବହୁତ ଦିନ ହେଲା ସ୍କୁଲ ଗୁଡିକ ବନ୍ଦ ରହିଥିବାରୁ ସ୍କୁଲ କ୍ୟାମ୍ପସ ଗୁଡିକୁ ସଫା ଓ ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଫେଇ ଓ ବିଶୋଧନ କରି କ୍ୟାମ୍ପସକୁ କିପରି ପ୍ରସ୍ତୁତ କରାଯାଇଛି, ସେ ନେଇ ସପ୍ତାହେ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.