ମା’ ବିରଜା ବିଶ୍ୱରୂପା ମହାଯଜ୍ଞ ସହ ରାଷ୍ଟ୍ରୀୟ ସନ୍ଥ ସମ୍ମିଳନୀ ପାଇଁ ଚାଲିଛି ପ୍ରସ୍ତୁତି, ଅପ୍ରେଲ ୨ ରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ଯଜ୍ଞ

ମା ବିରଜାଙ୍କ ମହିମା ପ୍ରସାର ସହିତ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟ ନେଇ ଏହି ସମ୍ମିଳନୀରେ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରରୁ ଶତାଧିକ ସାଧୁସନ୍ଥ ଯୋଗଦେବେ ।

ଯାଜପୁର (କେନ୍ୟୁଜ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମହିମା ପ୍ରସାର ସହିତ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟ ନେଇ ମାନବ କଲ୍ୟାଣ ଉଦ୍ଦେଶ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞର ଆୟୋଜନ ପାଇଁ ପ୍ରସ୍ତୁତି । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ଠାରେ ଆସନ୍ତା ଅପ୍ରେଲ ମାସ ୨ତାରିଖରୁ ୬ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ଏହି ମହାଯଜ୍ଞ ଅନୁଷ୍ଠିତ ହେବ । ଏହି ଅବସରରେ ଅନୁଷ୍ଠିତ ରାଷ୍ଟ୍ରୀୟ ସନ୍ଥ ସମ୍ମିଳନୀରେ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରରୁ ଶତାଧିକ ସାଧୁସନ୍ଥ ଯୋଗଦେବେ । ପଂଚଦିବସ ବ୍ୟାପୀ ଏହି ମହାଯଜ୍ଞରେ ମାନବ ତଥା ଜୀବଜଗତର କଲ୍ୟାଣ ଏବଂ ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ ପ୍ରତ୍ୟହ ମହାଯଜ୍ଞ କୁଣ୍ଡରେ ୧୮ହଜାର ଘୃତାହୂତି ପ୍ରଦାନ କରାଯିବ ।

ଏଥିସହ ପ୍ରତ୍ୟହ ସଂଧ୍ୟାରେ ଭାରତର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସାଧୁସନ୍ଥ ମାନଙ୍କୁ ନେଇ ଧର୍ମସଭା ଓ ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହେବ । ଏନେଇ ନଠୁଆବର ଭଗିରଥପୁର ମଧ୍ୟସ୍ଥଳ ଖେଳ ପଡିଆଠାରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାଯଜ୍ଞର ମୁଖ୍ୟ ଆୟୋଜକ ସ୍ୱାମୀ ଉଦୟାନନ୍ଦ ପର୍ବତ ମହାରାଜ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଯୁକ୍ତ ସନାତନ ଗୋରକ୍ଷା ବାହିନୀର ରାଷ୍ଟ୍ରୀୟ ମହାସଚିବ ସ୍ୱାମୀ ବିଷ୍ଣୁଗିରି ମହାରାଜ, ନାଗା ସନ୍ୟାସୀ ଦିନବଂଧୁ ଗିରି, ବାବାଜି ଆର୍ତତ୍ରାଣ ଦାସ ଏବଂ ସ୍ଥାନୀୟ ଆଂଚଳିକ ଯଜ୍ଞ କମିଟିର କର୍ମକର୍ତା ଓ ବିଭିନ୍ନ ପଂଚାୟତର ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.