Below header

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଲେ ପୂର୍ବତନ ସାଂସଦ ତଥା ବନ୍ଧୁ ବୀରଭଦ୍ର ସିଂ, ପୁରୁଣା ଦିନର ସ୍ମୃତି ବାଣ୍ଟିଲେ ଦୁଇ ସାଙ୍ଗ

ମୟୂରଭଞ୍ଜର : ବନ୍ଧୁ ରଖିଲେ ବନ୍ଧୁଙ୍କ ନିମନ୍ତ୍ରଣ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଲେ ପୂର୍ବତନ ସାଂସଦ ତଥା ରାଷ୍ଟ୍ରପତିଙ୍କ ବନ୍ଧୁ ବୀରଭଦ୍ର ସିଂ । ଗତ ୪ ତାରିଖରେ ସପରିବାର ରାଷ୍ଟ୍ରପତି ଭବନରେ ପରିବାର ସହ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ବୀରଭଦ୍ର । ମୟୂରଭଞ୍ଜର ବିକାଶ ପାଇଁ ସେମାନେ ଆଲୋଚନା କରିଥିଲେ । ପୁରୁଣା ଦିନର ସ୍ମୃତି ବି ବାଣ୍ଟିଲେ ଦୁଇ ବନ୍ଧୁ । ଏହାସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମୟୂରଭଞ୍ଜ ଆସିବାକୁ ନିମନ୍ତ୍ରଣ କରିଛନ୍ତି ବୀରଭଦ୍ର ସିଂ । କିଛି ଦିନ ପୂର୍ବରୁ ବାଣୀବିହାର ଆଲୁମିନି ମିଟ୍‌ କାର୍ଯ୍ୟକ୍ରମରେ ବୀରଭଦ୍ରଙ୍କ ସହ ରାଷ୍ଟ୍ରପତିଙ୍କ ସାକ୍ଷାତ ହୋଇଥିଲା । ଏହାପରେ ରାଷ୍ଟ୍ରପତି ଭବନ ଆସିବା ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ ରାମନାଥ କୋବିନ୍ଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.