Below header

ସାଧାରଣ ନୁହେଁ ବାଘଙ୍କୁ ବି ଦରକାର ଇଣ୍ଟରନେଶନାଲ ବ୍ରାଣ୍ଡର ପରଫ୍ୟୁମ

ଶୁଣିବାକୁ ଅଜବ ଲାଗୁଥିବ ସତ କିନ୍ତୁ ବ୍ରିଟେନର ନରଫୋକ ୱାହମ ଚିଡିଆଖାନାରେ ରହୁଥିବା ବିଗ କ୍ୟାଟସ ପରିବାର(ବାଘ, ଚିତାବାଘ, ସିଂହ, ଜଙ୍ଗଲୀ ବିଲେଇ ଇତ୍ୟାଦି)କୁ ପରିଦର୍ଶନ କରିବାକୁ ଆସୁଥିବା ଦର୍ଶକ ମାନଙ୍କ ପରଫ୍ୟୁମ ବହୁତ ପସନ୍ଦ । ଏପରିକି ସେମାନଙ୍କୁ ଏହାର ବାସନା ନମିଳିବା ଯାଏଁ ସେମାନେ ଗୋଟିଏ ସ୍ଥାନରେ ପଡି ରହୁଛନ୍ତି । ସେଥିପାଇଁ ବର୍ତ୍ତମାନ ଜୁ’ ପ୍ରଶାସନ ଲୋକମାନଙ୍କୁ ନିଜର ପୁରୁଣା ଏବଂ କାମରେ ନଆସୁଥିବା ପରଫ୍ୟୁମ ଜୁ’ କୁ ଦାନ କରିବା ପାଇଁ ଅପିଲ କରିଛନ୍ତି । ତେବେ ଜୁ’ ଅଧିକାରୀ କହିଛନ୍ତି ଯେ କେବଳ ବ୍ରାଣ୍ଡେଡ କମ୍ପାନୀର ପରଫ୍ୟୁମ ହିଁ ଦରକାର କାରଣ ଏହି ବଡ଼ ବଡ ଜଙ୍ଗଲୀ ବିଲେଇ ମାନଙ୍କୁ ମହଙ୍ଗା ଡିଜାଇନର ଲେବଲ ହିଁ ପସନ୍ଦ ।

जू के शेरों को पसंद इंटरनेशनल ब्रांड के परफ्यूम

ଜୁ’ ର ପ୍ରବନ୍ଧକଙ୍କ କହିବା ଅନୁଯାୟୀ ଏହି ସମସ୍ତ ବିଲେଇଙ୍କୁ ସବୁଠାରୁ ଅଧିକ Calvin kleinର ପରଫ୍ୟୁମ ପସନ୍ଦ କିନ୍ତୁ ଆମେ ସେମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରର ବାସ୍ନା ଦେବାପାଇଁ ଚେଷ୍ଟା କରୁଛୁ । ସେଣ୍ଟ ବ୍ୟତୀତ ଏମାନଙ୍କୁ ଆଫ୍ଟରସେଭ ଲୋସନ ମଧ୍ୟ ବହୁତ ପସନ୍ଦ । ତେବେ ଏମାନଙ୍କୁ ସବୁଠାରୁ କେଉଁ ପରଫ୍ୟୁମ ବେଶୀ ପସନ୍ଦ ତାହା ଜାଣିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ୨୪ଟି ପରଫ୍ୟୁମ ଶୁଙ୍ଘା ଯାଇଥିଲା ଓ ପସନ୍ଦ ତାଲିକାରେ Calvin klein Obsession For Men ସବୁଠାରୁ ଉପରେ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.