Below header

ରାଷ୍ଟ୍ରପତିଙ୍କ ପୋଲିସ ପଦକ ଘୋଷଣା, ବିଭିନ୍ନ ବିଭାଗରେ ପୋଲିସ୍‌ କର୍ମଚାରୀଙ୍କୁ କରାଯିବ ପୁରସ୍କୃତ

କେନ୍ୟୁଜ୍(ବ୍ୟୁରୋ):  ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ପୋଲିସ ପଦକ ଘୋଷଣା । ବିଭିନ୍ନ ବିଭାଗରେ ମେଡାଲ ଘୋଷଣା କରାଯାଇଛି । ଦୁଇଜଣଙ୍କୁ ରାଷ୍ଟ୍ରପତିଙ୍କୁ ବିଶିଷ୍ଟ ସେବା ପଦକ, ୧୧ ଜଣଙ୍କୁ ଉତ୍ସର୍ଗୀକୃତ ସେବା ପଦକ, ୧୬ ଜଣଙ୍କୁ ରାଷ୍ଟ୍ରପତିଙ୍କ ସାହସିକତା ପଦକ, ୩ଜଣଙ୍କୁ ଜେଲ ସଂସ୍କାର ପାଇଁ ବିଶିଷ୍ଟ ସେବା ପଦକ ଓ ୩ଜଣଙ୍କୁ ଜେଲ ସଂସ୍କାର ଉତ୍ସର୍ଗୀକୃତ ସେବା ପାଇଁ ରାଷ୍ଟ୍ରପତିଙ୍କ ପଦକ ମିଳିବ। ଏଡିଜି ଆଇନଶୃଙ୍ଖଳା ଆର.ପି କୋଚେ ଓ ଭିଜିଲାନ୍‌ସ ନିର୍ଦ୍ଦେଶାଳୟର ଏଏସଆଇ ମନୋରଂଜନ ସାମଲଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ମିଳିବ । ସେହିପରି ଜଗତସିଂହପୁର ଏଏସପି ବିଶ୍ୱନାଥ ମିଶ୍ର, କଟକ କ୍ରାଇମବ୍ରାଞ୍ଚ ଇନଚାର୍ଜ ଡିଏସପି ବିକାଶ ରଂଜନ ବେହୁରା, ମାଲକାନଗିରି ଭିଜିଲାନ୍‌ସ ଇନଚାର୍ଜ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ସମେତ ୧୧ ଜଣଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ପ୍ରଦାନ କରାଯିବା ରାଷ୍ଟ୍ରପତି ମେଡାଲ । ଏସଆଇ ଗଗନ ବିହାରୀ ନାୟକ, ହାବିଲଦାର କୃଷ୍ଣାଲୋକ ବେହେରାଙ୍କ ସମେତ ୧୬ ଜଣ ପାଇବେ ସାହସକିତା ପାଇଁ ରାଷ୍ଟ୍ରପତି ପଦକ ।

police medal

ଜେଲ ସଂସ୍କାର କ୍ଷେତ୍ରରେ ସମ୍ବଲପୁର ଡିପିଓ ନିରଞ୍ଜନ ସାହୁ, ଜୟପୁର ସବ୍‌ଜେଲର ଜେଲର ଲଲାଟେନ୍ଦୁ ଭୂଷଣ ଦାସ ଓ ସମ୍ବଲପୁର ନାରୀବନ୍ଦୀ ନିକେତନର ଆସିଷ୍ଟାଣ୍ଟ ମାଟ୍ରନ ଶୋଭାଗିନୀ ସିଂଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯିବ । ସେହିପରି ଅନୁଗୁଳ ଅବଜରଭେସନ ହୋମର ଅଧୀକ୍ଷକ ଅମୀର କୁମାର ନାଥଶର୍ମା, କଟକ ସର୍କଲ ଜେଲର ପ୍ରିଜନ ୱେଲଫେୟାର ଅଫିସର ରାମକୃଷ୍ଣ ଦାସ, ଓ ଗୁଣୁପୁର ସବ୍‌ ଜେଲର ଜେଲର ଧୀରେନ୍ଦ୍ର ନାଥ ବାରିକଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ରାଷ୍ଟ୍ରପତିଙ୍କ ମେଡାଲ ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.