Below header

ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସଂଧ୍ୟା ସାଢ଼େ ୭ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବେ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଂଧ୍ୟା ସାଢେ ୭ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜଭବନ ଯିବେ । ରାଜଭବନରେ ରାତ୍ରିଯାପନ କରିବେ । ୮ ତାରିଖ ସକାଳ ଭୁବନେଶ୍ୱର ବିମାନବନ୍ଦରରୁ ଖୋର୍ଦ୍ଧା ଅଭିମୁଖେ ଯିବେ । ସକାଳ ୧୦ଟା ୧୦ରେ ଗୋଶାଳା ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ବରୁଣେଇ ପାହାଡ଼ ଗସ୍ତ କରିବେ । ସକାଳ ସାଢେ ୧୦ଟାରେ ବରୁଣେଇ ପାହାଡ଼ରେ ପାଇକ ବିଦ୍ରୋହ ସ୍ମାରକୀର ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ୧୨ଟା ୧୫ରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ମଧ୍ୟାହ୍ନ ୧୨ଟା ୩୫ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲି ଉଦଯାପନୀ ସମାରୋହରେ ଯୋଗ ଦେବେ । ସେଠାରୁ ଅପରାହ୍‌ଣ ଗୋଟାଏ ୫୦ମିନିଟରେ ରାଜଭବନ ପ୍ରତ୍ୟାବର୍ତ୍ତନ କରିବେ । ରାଜଭବନରେ ମଧ୍ୟାହ୍ନ ଭୋଜନ ପରେ ସନ୍ଧ୍ୟା ୫ଟାରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.