Below header

ଜୀବନ ଯୁଦ୍ଧରେ ସଂଘର୍ଷ କରି ଶେଷରେ ପ୍ରାଣ ହରାଇଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା

ନୂଆଦିଲ୍ଲୀ (କେନ୍ଯୁଜ୍) : ଜୀବନ ଯୁଦ୍ଧରେ ପ୍ରାଣ ହରାଇଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା। ଗତକାଲି ରାତି ୧୧ଟା ୪୦ରେ ନୂଆଦିଲ୍ଲୀର ସଫଦରଜଙ୍ଗ ହସପିଟାଲରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ପୀ଼ଡିତାଙ୍କ ଶରୀରର ୯୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିଲା। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଆପ୍ରାଣ ଉଦ୍ୟମ କରିଥିଲେ ବି ପ୍ରୟାସ ବିଫଳ ହୋଇଥିଲା। ଗତକାଲି ସଂଧ୍ୟା ବେଳୁ ତାଙ୍କ ଅବସ୍ଥା ଗମ୍ଭୀର ହୋଇପ଼ଡିଥିଲା। ରାତି ପ୍ରାୟ ୧୧ଟା ୧୦ରେ ହୃଦଘାତ ହୋଇଥିଲା। ପରେ ସେ ପ୍ରାଣ ହରାଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ଏହାସହ ପଢ଼ନ୍ତୁ : ‘ମୁଁ ମରିବାକୁ ଚାହୁଁନି କିନ୍ତୁ ମୋର ଏମିତି ଦଶା  ଯିଏ କରିଛି ତାକୁ ଛାଡନ୍ତୁ ନାହିଁ’, ଉନ୍ନାଓ ପୀଡିତା ଏଭଳି କଲେ ନିବେଦନ

ଗତ ଗୁରୁବାର ପୀଡ଼ିତା ଗାଁ ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ପାଞ୍ଚଜଣ ଦୁର୍ବୃତ୍ତ ତାଙ୍କୁ ଛୁରୀ ଭୁସିବା ପରେ ପେଟ୍ରୋଲ ଢାଳି ଜାଳି ଦେଇଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ପୂର୍ବରୁ ତାଙ୍କୁ ଦୁଷ୍କର୍ମ କରି ଜେଲ ଯାଇଥିଲେ। ଜାମିନରେ ଆସି ତାଙ୍କ ଉପରେ ଆକ୍ରମଣ କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉନ୍ନାଓ ଓ ପରେ ଲକ୍ଷ୍ନୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍‌ସ ଯୋଗେ ନୂଆଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.