ମାଟ୍ରିକ ପରୀକ୍ଷାରେ ଯୋଗ ଦେବେନି ପ୍ରାଥମିକ ଶିକ୍ଷକ, ଆସନ୍ତା ୧୫ରୁ ୩ ଦିନବ୍ୟାପୀ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଚେତାବନୀ

ମାଟ୍ରିକ ପରୀକ୍ଷା ବର୍ଜନ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ନିଷ୍ପତ୍ତି। ପୂର୍ବର ଛଅ ବର୍ଷକୁ ମୂଳ ଚାକିରିରେ ଗଣନା, କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନସନର ସୁବିଧା ଦାବୀ ନେଇ ସଂଘ ଦାବୀ କରିଆସୁଥିଲେ ବି ସରକାର ଦୃଷ୍ଟି ଦେଉ ନାହିଁ ତେଣୁ ସହଯୋଗ କରିବେ ନାହିଁ।

ସୁନ୍ଦରଗଡ (କେନ୍ୟୁଜ): ମାଟ୍ରିକ ପରୀକ୍ଷା ବର୍ଜନ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ନିଷ୍ପତ୍ତି। ପୂର୍ବର ଛଅ ବର୍ଷକୁ ମୂଳ ଚାକିରିରେ ଗଣନା, କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନସନର ସୁବିଧା ଦାବୀ ନେଇ ସଂଘ ଦାବୀ କରିଆସୁଥିଲେ ବି ସରକାର ଦୃଷ୍ଟି ଦେଉ ନାହିଁ । ସଂଘର ନେତାଙ୍କ ସହ ମୁଖ୍ୟ ସଚିବଙ୍କ ଆଲୋଚନା ପରେ ବି ଶିକ୍ଷକଙ୍କୁ ସେମାନଙ୍କ ହକ ମିଳିନି । ତେଣୁ ଆଗାମୀ ମେଟ୍ରିକ୍‌ ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ସହଯୋଗ କରିବେ ନାହିଁ ବୋଲି ମହାସଂଘ ନିଷ୍ପତ୍ତି ନେଇଛି ।

ଆଜି ସୁନ୍ଦରଗଡ଼ ପ୍ରଗତୀ ମଣ୍ଡପରେ ସଭାପତି ହୋତେଶ୍ୱର ଶେଖର ଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ହୋଇଛି । ଦାବି ପୂରଣ ନ ହେଲେ ଆସନ୍ତା ୧୫ ତାରିଖରୁ ୩ ଦିନ ରାଜଧାନୀରେ ବିକ୍ଷୋଭ କରିବାକୁ ସଂଘ ଚେତାବନୀ ଦେଇଛି । ଏଥିସହ ଅର୍ନିଦ୍ଦିଷ୍ଟ କାଳ ଯାଏ ସାମୁହିକ ଛୁଟିରେ ରେ ରହିବା ପାଇଁ ନିଷ୍ପତ୍ତି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.