ଆଜି ଓଡ଼ିଶା ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

କେନ୍ଯୁଜ୍: ଆଜି ଓଡ଼ିଶା ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ।

କରୋନା ମୁକାବିଲା ଏବଂ ଟିକାକରଣ ନେଇ ମୋଦି ଆଲୋଚନା କରିପାରନ୍ତି । ଅନେକ ରାଜ୍ୟରେ କୋଭିଡ୍‌ କଟକଣା କୋହଳ ହେଲାଣି । ଭିଡ଼ ବଢିଛି । ବିଶେଷ କରି ପର୍ଯ୍ୟଟନ ଓ ତୀର୍ଥ ସ୍ଥଳୀରେ କୋଭିଡ୍‌ ନିୟମ ଉଲ୍ଲଂଘନ ନଜରକୁ ଆସୁଛି । ଯାହାକୁ ଚିନ୍ତାଜନକ ବିଷୟ ବୋଲି ଉତ୍ତରପୂର୍ବ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏକଥା କହିଥିଲେ ପ୍ରଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.