ନିର୍ଗୁଣ୍ଡି ଟୋଲଗେଟ୍ ନିକଟରେ ଯୁବକଙ୍କୁ ଗଳାକାଟି ନିର୍ମମ ହତ୍ୟା

ଚୌଦ୍ୱାର(କେନ୍ଯୁଜ୍): ଯୁବକଙ୍କୁ ଗଳାକାଟି ନିର୍ମମ ହତ୍ୟା । ଗତକାଲି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନିର୍ଗୁଣ୍ଡି ଟୋଲଗେଟ୍ ନିକଟରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତି ହେଲେ ଚୌଦ୍ୱାର ଅଞ୍ଚଳର ଅଶୋକ ମହାନ୍ତି । ସେ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି ।
ଏକ ପାନ ଦୋକାନ ନିକଟରୁ ଗଳା କଟା ଯାଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେବେ କିଏ ଓ କେଉଁ କାରଣରୁ ଅଶୋକଙ୍କ ଗଳାକାଟିଲା କାରଣ ଅସ୍ପଷ୍ଟ ରହିଛି । ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଜାରି ରଖିଛି ।