Below header

ଅଟୋ ଆସୋସିଏସନ କର୍ମକର୍ତ୍ତାଙ୍କ ନିଆରା ପ୍ରୟାସ: ଜଗା ପାଇଁ ଭକ୍ତ ଦେଇଥିବା ପ୍ରାୟ ଏକ ହଜାର ନଡ଼ିଆ ଧରି ପହଞ୍ଚିଲେ ପୁରୀରେ

ପୁରୀ(କେନ୍ଯୁଜ୍): କାଳିଆ ପାଇଁ ନଡ଼ିଆଟିଏ। ସ୍ମାର୍ଟ ସିଟି ଭୁବନେଶ୍ୱର ଅଟୋ ଆସୋସିଏସନ କର୍ମକର୍ତ୍ତା ଏଭଳି କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି। ପୁରୀ ଓ କଟକ ଅଟୋ ସଂଘର କର୍ମକର୍ତ୍ତା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ପ୍ରାୟ ଏକ ହଜାର ନଡ଼ିଆ ପ୍ରଭୁଙ୍କ ପାଇଁ ପୁରୀ ଅଣାଯାଇଛି। ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହ। ଭକ୍ତ ପ୍ରଭୁଙ୍କୁ ଦର୍ଶନ କରିପାରୁନାହିଁ। ଏଭଳି ସ୍ଥଳେ ସ୍ମାର୍ଟ ସିଟି ଭୁବନେଶ୍ୱର ଅଟୋ ଆସୋସିଏସନ ପ୍ରଭୁଙ୍କ ପାଇଁ ପୂର୍ବରୁ ସଂଗ୍ରହ ହୋଇଥିବା ନଡ଼ିଆ ଧରି ପୁରୀରେ ପହଞ୍ଚିଥିଲେ।

ଧୂପ, ଦୀପ ଦେଇ ଜୟ ଜଗନ୍ନାଥ ଧ୍ୱନିରେ ଶରଧାବାଲିରେ କିଛି ନଡିଆ ଭଙ୍ଗାଯାଇଥିଲା। ଆଉ ସମସ୍ତ ନଡ଼ିଆ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି। ପ୍ରଭୁଙ୍କୁ ଦର୍ଶନ ନହେଲେ ନାହିଁ ଜଗା ପାଇଁ ନଡ଼ିଆଟିଏ ଦେଇ ଦୁନିଆରୁ କରୋନା ମହାମାରୀ ଦୂରେଇ ଯିବା ପାଇଁ ପ୍ରାର୍ଥନା କରାଯାଇଛି। ଅନେକ ଅଟୋ ଚାଳକ କରୋନାରେ ମୃତ୍ୟୁବରଣ କରିଥିବାରୁ ସେମାନଙ୍କୁ କରୋନା ଯୋଦ୍ଧା ଘୋଷଣା ପାଇଁ ଦାବି ସହ ପ୍ରଭୁଙ୍କ ନିକଟରେ ଗୁହାରି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.