Below header

ଯାଜପୁର ସବ୍ ଜେଲରେ ଥିବା ବିଚାରାଧୀନ କଏଦୀ ପାଚେରି ଡେଇଁ ଫେରାର, ନାବାଳିକା ଦୁଷ୍କର୍ମ ଘଟଣାରେ ହୋଇଥିଲା ଗିରଫ

ଯାଜପୁର ଟାଉନ(କେନ୍ୟୁଜ୍): ପାଚେରି ଡେଇଁ ଫେରାର ହୋଇଗଲା କଏଦୀ । ଯାଜପୁର ସବ ଜେଲରେ ବିଚାରାଧୀନ କଏଦୀ ଥିବା ରାଜେଶ ମୁଣ୍ଡା ଗତକାଲି ସଂଧ୍ୟା ରେ ପାଚେରି ଡେଇଁ ଫେରାର ହେବାରେ ସକ୍ଷମ ହୋଇଛି । ରାଜେଶର ଘର ମୟୁରଭଂଜ ଜିଲ୍ଲା କରଂଜିଆ ଅଂଚଳରେ ବୋଲି ଜଣାପଡିଛି । ସେ ଯାଜପୁର ରୋଡ ଥାନା ଅଂଚଳରୁ ନାବାଳିକା ଦୁଷ୍କର୍ମ ଘଟଣାରେ ଗିରଫ ହୋଇ ଗତ ଅଗଷ୍ଟ ୨୯ ତାରିଖରେ ଏହି ସବଜେଲକୁ ଆସିଥିଲା । କଏଦୀ ଫେରାର ହେବା ନେଇ ଯାଜପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ରାଜେଶ ସଂଧ୍ୟା ସମୟରେ ପାଚେରି ବାଟେ ଡେଇଁ ଯାଇଥିବା ଅନୁମାନ କରାଯାଉଛି । କିନ୍ତୁ ଜେଲରେ ଲାଗିଥିବା ସିସିଟିଭି ଅଚଳ ଥିବାରୁ ରାଜେଶ କିଭଳି ଫେରାର ହୋଇଛି ତାର ସଠିକ୍ କାରଣ ଜଣାପଡିନାହିଁ । ତେବେ ଏ ନେଇ ତଦନ୍ତ ଆରମ୍ଭ ହୋଇଛି। ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ଜେଲର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.