ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ବେଦାନ୍ତ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ

ଭବାନୀପାଟଣା (କେନ୍ୟୁଜ୍): କଳାହାଣ୍ଡି ଜିଲ୍ଲାରେ ଲାଞ୍ଜିଗଡ଼ ବେଦାନ୍ତ ଫାଟକ ସାମ୍ନାରେ ସଂଘର୍ଷ ମାମଲାରେ ବିଚାରଧୀନ ଥିବା ଜଣେ କଏଦୀଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହେବା ଆଶଙ୍କା ରହିଛି । ତେଣୁ ଲାଞ୍ଜିଗଡ଼ ବେଦାନ୍ତ ପ୍ଲାଣ୍ଟର ମୁଖ୍ୟ ଫାଟକ, ବେଦାନ୍ତ ଟାଉନ୍‌ସିପ୍‌ ଏରିଆ ଓ ତା’ ଆଖପାଖ ୨ କିଲୋମିଟର ପରିଧି ଭିତରେ ୧୪୪ ଧାରା ଲାଗୁ କରାଯାଇଛି । ମୃତକ ହେଉଛନ୍ତି ପଟ୍ଟନାୟକ ହରିଜନ । ୪ ମାସ ତଳେ ତାଙ୍କୁ ପୋଲିସ ଗିରଫ କରିଥିଲା । ସେବେଠାରୁ ସେ ଜେଲ୍‌ରେ ଥିଲେ । ହରିଜନର ସ୍ୱାସ୍ଥ୍ୟ ଖରାପ ହେବାରୁ ଚିକିତ୍ସା ପାଇଁ ବୁର୍ଲା ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ଗତ ମାର୍ଚ୍ଚ ୧୮ ତାରିଖରେ ବେଦାନ୍ତ ମୁଖ୍ୟ ଫାଟକ ସାମ୍ନାରେ ଯବାନଙ୍କ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଲୋକଙ୍କ ଆକ୍ରୋଶର ଶିକାର ହୋଇ ଜଣେ ହାବିଲଦାରଙ୍କ ଜୀବନ ଯାଇଥିଲା । ପୋଲିସ ୩୦୦ ଜଣଙ୍କ ନାଁରେ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରି ୨୯ ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା । ଏମାନଙ୍କ ମଧ୍ୟରୁ ଭବାନୀପାଟଣା ଜେଲ୍‌ରେ ବିଚାରଧୀନ କଏଦୀ ଭାବେ ଥିଲେ ପଟ୍ଟନାୟକ ହରିଜନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.