Below header

ଅନ୍ତେବାସୀଙ୍କୁ ମିଳୁନି ପେଟପୂରା ଖାଦ୍ୟ: ଗୋଟିଏ ଓଳି ଭାତ ମିଳିଲେ ଆର ଓଳିକୁ ଚୂଡା, ମୁଢ଼ି

କେନ୍ଦୁଝର(କେନ୍ୟୁଜ୍) : ବୃଦ୍ଧାଶ୍ରମ ଓ ବାଳାଶ୍ରମ ଅନ୍ତେବାସୀଙ୍କୁ ମିଳୁନି ପେଟପୂରା ଖାଦ୍ୟ । ଗୋଟିଏ ଓଳି ଭାତ ଖାଇଲେ ଅନ୍ୟ ୨ ଓଳି ଚୂଡା, ମୁଢ଼ି ଖାଇବାକୁ ପଡୁଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ହାଟଡିହିଠାରେ ଥିବା ବିଷ୍ଣୁପ୍ରିୟା ବାଳାଶ୍ରମ ଓ ବୃଦ୍ଧାଶ୍ରମରେ ଲାଗିରହିଛି ଏଭଳି ସମସ୍ୟା । ଦିନେ କି ଦୁଇଦିନ ନୁହେଁ, ଦୀର୍ଘ ୪ମାସ ହେଲା ଏଭଳି ପରିସ୍ଥିତି ।

mealସରକାରଙ୍କ ତରଫରୁ ରିହାତି ଦରରେ ଏମାନଙ୍କୁ ୨୩ କୁଇଣ୍ଟାଲ ୭୫ କେଜି ଚାଉଳ ମିଳିଥାଏ । ହେଲେ ୪ ମାସ ହେଲା ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗୋଟିଏ ଛାତ ତଳେ ଚାଲିଛି ବାଳାଶ୍ରମ ଓ ବୃଦ୍ଧାଶ୍ରମ । ବାଳାଶ୍ରମରେ ୧୫୨ଜଣ ଓ ବୃଦ୍ଧାଶ୍ରମରେ ୨୫ଜଣ ଅନ୍ତେବାସୀ ରହୁଛନ୍ତି । ସମସ୍ୟା ନେଇ ଉପଜିଲ୍ଲାପାଳ କହିଛନ୍ତି କି, ଉଚିତ୍‌ ସମୟରେ ଆଶ୍ରମ କର୍ତ୍ତୃପକ୍ଷ ଆବେଦନ କରିନଥିବାରୁ ଏପରି ପରିସ୍ଥିତି ଉପୁଜିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.