ୟୁକ୍ରେନରୁ ଫେରିବେ ଭାରତୀୟ, ସ୍ୱଦେଶ ପ୍ରତ୍ୟାବର୍ତ୍ତନର ଗୁରୁ ଦାୟିତ୍ୱ ବହନ କରିଛନ୍ତି ଏହି ଓଡ଼ିଆ ଆଇଏଫଏସ୍‌ ଅଫିସର

କେନ୍ଯୁଜ୍: ୟୁକ୍ରେନରୁ ଫେରିବେ ଭାରତୀୟ । ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ । ୟୁକ୍ରେନ୍‌ ଅଭିମୁଖେ ଉଡ଼ାଣ ଭରିଛି ଏୟାର ଇଣ୍ଡିଆ ବିମାନ । ୨୦୦ ସିଟ୍‌ ବିଶିଷ୍ଟ ଏୟାର ଇଣ୍ଡିଆ ବିମାନ ଭରିଛି ଉଡ଼ାଣ । ଆଜି ରାତି ସୁଦ୍ଧା ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଫେରିବ ବିମାନ। ସପ୍ତାହରେ ୩ଟି ବିମାନରେ ଫେରିବେ ଭାରତୀୟ ନାଗରିକ ।

ୟୁକ୍ରେନ୍‌ ସ୍ଥିତ ଭାରତୀୟ ଦୂତାବାସର ଆମ୍ବାସାଡର ଅଛନ୍ତି ପାର୍ଥ ଶତପଥୀ । ୧୯୯୦ ବ୍ୟାଚ୍‌ ଓଡ଼ିଆ ଆଇଏଫଏସ୍‌ ଅଫିସର । ତାଙ୍କ ଘର ଭୁବନେଶ୍ୱରରେ । କ୍ୱିଭରେ ଉତ୍ତେଜନା ବେଳେ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନର ଗୁରୁ ଦାୟିତ୍ୱ ବହନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.