ସରପଞ୍ଚଙ୍କ ମନମାନିକୁ ବିରୋଧ: ରାତିସାରା ଅନଶନରେ ବସିଲେ ୱାର୍ଡ ସଭ୍ୟ ଓ ସଭ୍ୟା

ସରପଞ୍ଚଙ୍କ ବିରୋଧରେ ଅନଶନରେ ୮ ୱାର୍ଡ ସଭ୍ୟ ଓ ସଭ୍ୟା । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଶିଳୁପୁର ପଂଚାୟତରୁ ଆସିଛି ଏପରି ଚିତ୍ର । ପଂଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ରାତିସାରା ଅନଶରେ ବସିଛନ୍ତି ଓ୍ବାଡ ସଭ୍ୟ ସଭ୍ୟା ।

ମାର୍ଶାଘାଇ (କେନ୍ୟୁଜ): ସରପଞ୍ଚଙ୍କ ବିରୋଧରେ ଅନଶନରେ ୮ ୱାର୍ଡ ସଭ୍ୟ ଓ ସଭ୍ୟା । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଶିଳୁପୁର ପଂଚାୟତରୁ ଆସିଛି ଏପରି ଚିତ୍ର । ପଂଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ରାତିସାରା ଅନଶରେ ବସିଛନ୍ତି ଓ୍ବାଡ ସଭ୍ୟ ସଭ୍ୟା ।

ସୂଚନା ଅନୁଯାୟୀ ଶିଳୁପୁର ପଂଚାୟତରେ ହେଉଥିବା ଉନ୍ନତି ମୁଳକ କାର୍ଯ୍ୟ ବିଷୟରେ ୱାର୍ଡ ସଭ୍ୟ ଓ ସଭ୍ୟା ମାନଙ୍କୁ ନପଚାରିବା ସହିତ ଏମବିକେ ସିଆରପି ମାନଙ୍କ ଦ୍ବାରା ଅପମାନିତ କରିବା ଓ ଅଶିଳ ଭାଷା ପ୍ରୟୋଗ କରିବା ଅଭିଯୋଗ କରିଛନ୍ତି ସଭ୍ୟ ସଭ୍ୟା। ଏହା ସହିତ ସରପଞ୍ଚ ବୈମାତୃକ ମନୋଭାବର ପ୍ରତିବାଦରେ ଆମରଣ ଅନଶନ କରାଯାଇଛି । ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଓ ବିଡିଓଙ୍କୁ ଲିଖିତ ଭାବରେ ଜଣାଇଲେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ଶେଷରେ ଆମରଣ ଅନଶନରେ ବସିବାକୁ ବାଧ୍ୟ ହୋଇଥିବା କହିଛନ୍ତି ୱାର୍ଡ ସଭ୍ୟ ଓ ସଭ୍ୟା ।

ବିଡ଼ିଓ ଉମା ଶଙ୍କର ବେହେରାଙ୍କର କହିବା କଥା ଏହି ଘଟଣା ସମ୍ପର୍କରେ ମୁଁ ଅବଗତ ଅଛି ମୁଁ ଆପୋଷ ବୁଝାମଣା କରିବା ପାଇଁ ଚେଷ୍ଟା କରିଥିଲି। ସରପଞ୍ଚ ଆମ କଥା ମାନୁନାହାନ୍ତିକିନ୍ତୁ ଏନେଇ ତଦନ୍ତ କରାଯାଉ ଯଥା ଶୀଘ୍ର ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।