ଦୈନିକ ୨୫ ହଜାର ହାଇ ସିକ୍ୟୁରିଟି ନମ୍ବର ନମ୍ବର ପ୍ଲେଟ ବୁକିଂ ପାଇଁ ବ୍ୟବସ୍ଥା ହୋଇଛି: ହାଇକୋର୍ଟରେ ପରିବହନ କମିଶନର ଦାଖଲ କଲେ ସତ୍ୟପାଠ

କଟକ(କେନ୍ୟୁଜ୍):ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ। ହାଇ ସିକ୍ୟୁରିଟି ନମ୍ବର ଫିଟମେଣ୍ଟ ପାଇଁ ରାଜ୍ୟରେ ଆଉ ଏକ ମାସ ଡେଡଲାଇନ ବୃଦ୍ଧି କରିଥିବା ନେଇ ସତ୍ୟପାଠରେ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ରାଜ୍ୟରେ ଦୈନିକ ୨୫ ହଜାର ନମ୍ବର ପ୍ଲେଟ ବୁକିଂ ପାଇଁ ବ୍ୟବସ୍ଥା ହୋଇଛି। ନଭେମ୍ବର ମାସରେ ମଧ୍ୟ ବୁକିଂର ସ୍ଲଟ ଅନଲାଇନରେ ଉପଲବ୍‌ଧ ରହିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ନଭେମ୍ବର ୨୮ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ସତ୍ୟପାଠରେ ଦର୍ଶାଯାଇଛି ଯେ, ଗାଡି ନମ୍ବର ଶେଷରେ ୧,୨,୩,୪ ଥିଲେ ଆସନ୍ତା ନଭେମ୍ବର ୩୦ ତାରିଖରେ ଶେଷ ହେଉଛି ଏଚଏସଆରପି ଲଗାଇବାର ଅବଧି ସମୟ। ଦେଶରେ ୨୦୧୯ ଏପ୍ରିଲ ୧ ରୁ ବିଭିନ୍ନ ଯାନବାହାନରେ ହାଇ ସିକୁରିଟ ନମ୍ବର ପ୍ଲେଟ ବା ଏଚଏସଆରପି ଲାଗୁ କରାଯାଇଛି।

ତା ପୂର୍ବରୁ ଥିବା ଯାନ ଗୁଡିକରେ ମଧ୍ୟ ହାଇ ସିକୁରିଟ ନମ୍ବର ପ୍ଲେଟ ବା ଏଚଏସଆରପି ଫିଟମେଣ୍ଟ କରାଇବାକୁ କେନ୍ଦ୍ର ସରକାରଙ୍କ ପରିହନ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି। ନମ୍ବର ପ୍ଲେଟ ଭାଙ୍ଗି ଯାଇଥିଲେ ବା ନଷ୍ଟ ହୋଇଗଲେ ଡୁପ୍ଲିକେଟ ନମ୍ବର ପ୍ଲେଟ ଅନଲାଇନରେ ବୁକ କରିବାର ବ୍ଯବସ୍ଥା ହୋଇଥିବା ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଯାଇଛି।