ଦୁଷ୍କର୍ମ ମାମଲାରେ ଟୁ-ଫିଙ୍ଗର ଟେଷ୍ଟ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ, କହିଲେ ଏହା ପୀଡିତାଙ୍କୁ ପୁଣି ଥରେ ନିର୍ଯାତନା ଦେବା ସହ ସମାନ, ଏମିତି କଲେ ହେବ ମାମଲା

ନୂଆଦିଲ୍ଲୀ : ଭାରତର ଆଇନ ବ୍ୟବସ୍ଥାରେ ରେପ ବା ଦୁଷ୍କର୍ମ ମାମଲାର ପରୀକ୍ଷା ପାଇଁ ପୀଡିତାଙ୍କ ‘ଟୁ-ଫିଙ୍ଗର ଟେଷ୍ଟ’ କରାଯାଇଥାଏ । ‘ଟୁ ଫିଙ୍ଗର ଟେଷ୍ଟ’ ର ସହାୟତା ନେଉଥିବା ବ୍ୟକ୍ତିଙ୍କ ଉପରେ ସୁପ୍ରିମକୋର୍ଟ କଠୋର ପଦକ୍ଷେପ ନେଇଛନ୍ତି । ସୁପ୍ରମକୋର୍ଟ ‘ଟୁ ଫିଙ୍ଗର ଟେଷ୍ଟ’ ଉପରେ ତୀବ୍ର ବିରୋଧଭାବ ପ୍ରଦର୍ଶନ କରିଛନ୍ତି । କୋର୍ଟ କହିଛନ୍ତି ଯେ ଯିଏ ଏପରି କରିବ, ତାଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । କାରଣ ଏପରି ଟେଷ୍ଟ ପୀଡିତାଙ୍କୁ ପୁଣି ଥରେ ନିର୍ଯାତନା ଦେବା ସହ ସମାନ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଏହା ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ କେତେକ ମାମଲାରେ ‘ଟୁ ଫିଙ୍ଗର ଟେଷ୍ଟ’ କୁ ଭୁଲ ବୋଲି କହିଆସିଛି । କୋର୍ଟ ୨୦୧୩ ରେ ଏହି ଟେଷ୍ଟକୁ ଅସାମ୍ବିଧାନିକ ବୋଲି କହିଥିଲା । କୋର୍ଟ ‘ଟୁ ଫିଙ୍ଗର ଟେଷ୍ଟ’ ବଦଳରେ ଉନ୍ନତ ବୈଜ୍ଞାନିକ ମାଧ୍ୟମକୁ ଆପଣାଇବାକୁ କହିଥିଲା । ୨୦୧୪ ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଏହା ଉପରେ ବିଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି ଟେଷ୍ଟକୁ କୋର୍ଟ ବିଜ୍ଞାନ ଆଧାରିତ ନୁହେଁ ବୋଲି କହିଥିଲେ । କୋର୍ଟ ପ୍ରଶ୍ନ କରିଥିଲେ ଯେ ଏମିତି ବି ମହିଳା ଯିଏ ନିଜ ଇଚ୍ଛାରେ ଶାରୀରିକ ସମ୍ପର୍କ ରଖିଥାନ୍ତି, ସେ ବି ଦୁଷ୍କର୍ମର ଶିକାର ହୋଇ ପାରନ୍ତି । ତେଣୁ ଏହି ଟେଷ୍ଟର କିଛି ଅର୍ଥ ନାହିଁ ।

ଟୁ ଫିଙ୍ଗର ଟେଷ୍ଟ କୁ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୁଡ ଓ ହିମା କୋହଲିଙ୍କ ଖଣ୍ଡପୀଠ ‘ପିତୃସତାତ୍ମକ’ ଭାବନାର ପ୍ରଦର୍ଶନ ବୋଲି କହିଛନ୍ତି । ଏହି ଟେଷ୍ଟ ପଛରେ ଏହି ଭାବନା କାମ କରିଥାଏ ଯେ ଯେଉଁ ମହିଳା ଯୌନ ସମ୍ବନ୍ଧରେ ସକ୍ରିୟ, ତାଙ୍କୁ କ’ଣ ଦୁଷ୍କର୍ମ ହୋଇ ନପାରେ । ସୁପ୍ରିମକୋର୍ଟ କହିଛନ୍ତି, ଯେଉଁ ଲୋକ ଏପରି ଟେଷ୍ଟ କରୁଛନ୍ତି ସେମାନଙ୍କୁ ଖରାପ ଆଚରଣ ଅଭିଯୋଗରେ ଦୋଷୀ ମନା ଯିବା କଥା । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌ ।

ମେଡିକାଲ ପାଠ୍ୟ ସିଲାବସରୁ ‘ଟୁ ଫିଙ୍ଗର ଟେଷ୍ଟ’ ହଟାଯାଉ

ସୁପ୍ରିମକୋର୍ଟ ମେଡିକାଲ ପାଠ୍ୟ ସିଲାବସରୁ ‘ଟୁ ଫିଙ୍ଗର ଟେଷ୍ଟ’ କୁ ହଟାଇବାକୁ ମଧ୍ୟ କୁହାଯାଇଛି । ଏଥିସହ ଦେଶର ସବୁ ପୋଲିସ କର୍ମୀଙ୍କୁ ଏ ସମ୍ପର୍କରେ ସଚେତନ କରିବାକୁ ମଧ୍ୟ କୁହାଯାଇଛି । ଝାଡଖଣ୍ଡ ହାଇକୋର୍ଟ ଏକ ଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତକୁ ଟୁ ଫିଙ୍ଗର ଟେଷ୍ଟ ଆଧାରରେ ମୁକ୍ତ କରିଥିଲେ । ତେବେ ସୁପ୍ରିମକୋର୍ଟ ତଳ କୋର୍ଟର ରାୟକୁ କାୟମ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.