ଭଦ୍ରକ: ତିହିଡି ବ୍ଲକ ଅଧିନସ୍ଥ ବୋଡ଼କଠାରେ ପୁଷ୍ଟି ମହୋତ୍ସବ, ଯାହା ମହିଳାମାନଙ୍କୁ ଦେଖାଇଛି ନୂଆ ପ୍ରେରଣା ଓ ଦିଶା

ଭଦ୍ରକ : ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳା ମାନଙ୍କୁ ଜୀବିକା ନିର୍ବାହ କରିବା ପାଇଁ ଓଡିଶା ଜୀବିକା ମିଶନ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ କରାଯିବା ସହିତ ଆର୍ଥିକ ପ୍ରତ୍ସାହନ ମଧ୍ୟ ଦିଆଯାଉଛି। ଏବେ ସେହି ମହିଳା ମାନେ କିପରି ନିଜ ବାଡ଼ି ବଗିଚାରେ ପୁଷ୍ଟିକର ଖାଦ୍ୟ ଶସ୍ୟ ଉତ୍ପାଦନ କରିପାରିବେ ସେଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପୁଷ୍ଟି ମହୋତ୍ସବ କରାଯାଉଛି। ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ବୋଡ଼କ ଠାରେ ଯେଉଁ ପୁଷ୍ଟି ମହୋତ୍ସବ କରାଯାଇଥିଲା ତାହା ସବୁ ମହିଳା ମାନଙ୍କୁ ଏକ ନୂଆ ପ୍ରେରଣା ଓ ଦିଶା ଦେଖାଇଛି। ରାସାୟନିକ ପଦ୍ଧତିକୁ ଛାଡି କିପରି ଜୈବିକ ପଦ୍ଧତିରେ ପୃଷ୍ଟିକର ଖାଦ୍ୟ ଶସ୍ୟ ଉତ୍ପାଦନ କରାଯିବ ଓ ତାହା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ହେବ ସେ ବିଷୟରେ ସଚେତନତା କରାଯିବା ଶହ ପୁଷ୍ଟିକର ବଗିଚାର ଡେମୋ ଏବଂ ସେଠାରୁ ଉତ୍ପନ ପୁଷ୍ଟିକର ଖାଦ୍ୟ ମଧ୍ୟ ଦେଖାଯାଇଥିଲା।

ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ବୋଡ଼କ ଠାରେ ଓଡିଶା ଜୀବିକା ମିଶନ ପକ୍ଷରୁ ପୃଷ୍ଟି ମହୋତ୍ସବର ଆୟୋଜନ କରାଯାଇଥିଲା। ଏହି ମହୋତ୍ସବକୁ ସ୍ଥାନୀୟ ସରପଞ୍ଚ ଶସଧର ସାମଲ ଉଦଘାଟନ କରିଥିଲେ। ଏଥିରେ ଏହି ପଂଚାୟତରେ ଗଠିତ ହୋଇଥିବା ବଳଦେବଜୀଉ ମହିଳା ମହାସଂଘର ଶହ ଶହ ମହିଳାମାନେ ଯୋଗ ଦେଇଥିଲେ।  ଓଡିଶା ଜୀବିକା ମିଶନ ପକ୍ଷରୁ ଯେଉଁ ମହିଳା ମାନଙ୍କୁ ପୁଷ୍ଟିକର ବଗିଚା ପାଇଁ ସହାୟତା ଦିଆଯାଇଥିଲା ସେହି ମହିଳା ମାନେ ନିଜ ବାଡ଼ି ବଗିଚାରୁ ଉତ୍ପନ କରିଥିବା ଖାଦ୍ୟ ଶସ୍ୟକୁ ଏହି ପୁଷ୍ଟି ମହୋତ୍ସଭରେ ପ୍ରଦର୍ଶିତ କରିଥିଲେ। ଏଥିରେ ଡାଲି ଜାତୀୟ ଖାଦ୍ୟ,ମଞ୍ଜି ଜାତୀୟ, ଶାଗ ଜାତୀୟ,ଫଳ ମୂଳ ଜାତୀୟ ଖାଦ୍ୟ ଆଦି ପ୍ରଦର୍ଶିତ ହୋଇଥିଲା। ସଂପୂର୍ଣ୍ଣ ଜୈବିକ ପଦ୍ଧତିରେ ଏହି ପୁଷ୍ଟିକର ଖାଦ୍ୟ ଉତ୍ପାଦନ କରାଯାଇଥିଲା। ଏହି ଖାଦ୍ୟ ଖାଇଲେ କିପରି ମଣିଷ ନିରୋଗ ରହିବ ସେ ବିଷୟ ରେ ଉପସ୍ଥିତ ଅତିଥି ମାନେ ମହିଳା ମାନଙ୍କୁ ସଚେତନତା କରିବା ସହିତ ଅନ୍ୟ ମହିଳା ମାନେ କିପରି ଏଭଳି ବଗିଚା ତିଆରି କରିବେ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ଏପରିକି ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ମହୋତ୍ସବ ଆହୁରି ଅଧିକ ଆକର୍ଷଣୀୟ କରାଯାଇଥିଲା। ଏହି ମହୋତ୍ସବରେ ବୋଡ଼କ ପଂଚାୟତରୁ ଶହ ଶହ ମହିଳା ଓ କୃଷିମିତ୍ରମାନେ ଯୋଗ ଦେଇଥିଲେ ଏହି  କାର୍ଯ୍ୟକ୍ରମ।

prustiସେହିପରି ରାଜ୍ୟ ସରକାର ପୁଷ୍ଟିକର ବଗିଚା ପାଇଁ ସହାୟତା ଗ୍ରାମ୍ୟ ମହିଳା ମାନଙ୍କୁ ଯୋଗାଇ ଦେଉଥିବାରୁ  ସମସ୍ତେ  ଓଡିଶା ଜୀବିକା ମିଶନର ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହି ପୁଷ୍ଟି ମହୋତ୍ସବ ଦ୍ୱାରା ମହିଳା ମାନେ ଅଧିକ ମାତ୍ରାରେ ପୁଷ୍ଟିକର ବଗିଚା ନିଜ ବାଡ଼ି ରେ ତିଆରି କରିବେ ବୋଲି ପଂଚାୟତ ର ବୁଦ୍ଧିଜୀବୀ ମାନେ କହିଛନ୍ତି। ସେହିପରି ତିହିଡି ବ୍ଲକ ଅଞ୍ଚଳରେ ପ୍ରଥମ କରି ଏଭଳି ମହୋତ୍ସବ ଆୟୋଜିତ ହୋଇଥିବା ଓ ଏତେ ସଂଖ୍ୟକ ମହିଳା ମାନେ ଏଥିରେ ସେମାନଙ୍କ ବାଡ଼ି ବଗିଚାରୁ ଉତ୍ପନ ପୁଷ୍ଟିକର ଖାଦ୍ୟ  ଉତ୍ପାଦନ କରି ଆଣି ଥିବାରୁ ଓଡିଶା ଜୀବିକା ମିଶନର ବୈଷୟିକ ସଂଯୋଜକ ବେଶ ଖୁସି ଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.