ଯାଜପୁର: ଗୋଚାଲାଣ ବେଳେ ଗାଡିକୁ ଅଟକାଇଲେ ସ୍ଥାନୀୟ ଲୋକେ, ଗାଡି ଛାଡି ଚମ୍ପଟ ମାରିଲା ଡ୍ରାଇଭର

ଯାଜପୁର(କେନ୍ୟୁଜ): ବିପଦରେ ଗୋ ସମ୍ପଦ। ଗୋ ଚାଲାଣ ହେଉଥିବା ସମୟରେ ଗାଡିକୁ ଅଟକାଇଲେ ସ୍ଥାନୀୟ ଲୋକେ। ଫଳରେ ଗାଡିକୁ ଛାଡି ଚମ୍ପଟ ମାରିଛି ଡ୍ରାଇଭର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବାରବାଟୀ ବଜାରରେ।

୧୬ନଂ ଜାତୀୟ ରାଜପଥ ଦେଇ କୁଆଖିଆ ଅଭିମୁଖେ ଯାଉଥିଲା ଏହି ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନ। କୌଣସି ସୂତ୍ରରୁ ଖବର ପାଇ କିଛି ଯୁବକ ଏହାର ପିଛା କରି ବାରବାଟୀ ଛକ ନିକଟରେ ଗାଡିଟିକୁ ଅଟକାଇଥିଲେ।  ଠିକ ଏହି ସମୟରେ ଗାଡି ଚାଳକ ଘଟଣାସ୍ଥଳରୁ ଖସିଯିବାକୁ ସକ୍ଷମ ହୋଇଥିଲା।

ଫଳରେ ସ୍ଥାନୀୟ ଲୋକେ ଗାଡ଼ିରେ ବନ୍ଧା ହୋଇଥିବା ୬ଗୋଟି ଗାଈକୁ ଫିଟାଇ ବାହାରକୁ ଛାଡି ଦେଇଥିଲେ। ପରେ ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ଭ୍ୟାନଟିକୁ ଜବତ କରି ତଦନ୍ତ ଚଳାଇଛି। ତେବେ ଏହି ଗାଈଙ୍କୁ କେଉଁଠୁ ଅଣାଯାଇଥିଲା ଏବଂ କେଉଁଠାକୁ ଚାଲାଣ କରାଯାଉଥିଲା ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.