Below header

ମାତ୍ର ୧୨ ବର୍ଷ ବୟସରେ ମାଟ୍ରିକ୍‌ ପରୀକ୍ଷା ଦେବେ ଏହି ବିସ୍ମୟ ବାଳକ, କହିଲେ ‘ମୁଁ ଆଇଜାକ୍‌ ନିଉଟନ୍‌ଙ୍କ ଭଳି’

ମାତ୍ର ୧୨ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେବେ ଜଣେ ବାଳକ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଆସାମର ଚୁରାଚାନ୍ଦପୁର ଜିଲ୍ଲାର କାଙ୍ଗବଇ ଗାଁର ଜଣେ ୧୨ ବର୍ଷର ଛାତ୍ର ୧୦ମ ବୋର୍ଡ ପରୀକ୍ଷା ଦେବେ। ଏତେ କମ୍‌ ବୟସରୁ ବୋର୍ଡ ପରୀକ୍ଷା ଦେଉଥିବା ଆସାମର ସେ ହେଉଛନ୍ତି ଏକମାତ୍ର ପିଲା।

ଆଇଜାକ୍‌ ପାଲାଲୁଙ୍ଗମୁଆନ୍‌ ବେଫେଇ ନାମକ ଜଣେ ୧୨ ବର୍ଷୀୟ ଛାତ୍ରଙ୍କୁ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ୍‌ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବସିବାକୁ ଅନୁମତି ଦେଇଛନ୍ତି। ତାଙ୍କୁ ଆସାମ ହାଇସ୍କୁଲ ଲିଭିଂ ସାର୍ଟିଫିକେଟ ମଧ୍ୟ ଦିଆଯାଇଛି।

Picture Courtesy:ANI

ସୂଚନାଯୋଗ୍ୟ ଯେ ଆଇଜାକ୍‌ଙ୍କ ପ୍ରକୃତ ଜନ୍ମତାରିଖ ଜାଣିବା ପରେ ମଧ୍ୟ ବୋର୍ଡ ତାଙ୍କୁ ଆଗାମୀ ୧୦ମ ଶ୍ରେଣୀ ପରୀକ୍ଷାରେ ବସିବାକୁ ଅନୁମତି ଦେଇଛନ୍ତି। ଆଇଜାକ୍‌ ବର୍ତ୍ତମାନ ମାଉଣ୍ଟ ଓଲିଭା ସ୍କୁଲରେ ୮ମ ଶ୍ରେଣୀରେ ପଢ଼ୁଛନ୍ତି। ଆଇଜାକ୍‌ କହିଛନ୍ତି ଯେ ମୁଁ ବହୁତ ଖୁସି ଓ ଉତ୍ସାହିତ ଅଛି। ମତେ ଆଇଜାକ୍‌ ନିଉଟନ୍‌ ଭଲ ଲାଗନ୍ତି, ମତେ ଲାଗୁଛି ମୁଁ ବି ତାଙ୍କ ଭଳି ଏବଂ ଆମର ନାଁ ବି ଏକା ପ୍ରକାରର।

ଏହାସହ ପଢ଼ନ୍ତୁ: ବୁଡ଼ିଯାଉଥିବା ମୟୂରକୁ ବଞ୍ଚାଇବାକୁ କୂଅକୁ ଡେଇଁଲେ ଯୁବକ, କିନ୍ତୁ ଭିତରେ ବସିଥିଲା ସାପ, ଦେଖନ୍ତୁ ଭିଡିଓରେ ତା’ପରେ କ’ଣ ଘଟିଲା

ଆଇଜାକ୍‌ଙ୍କ ପିତା ଜେନ୍‌ଖୋଲିଏନ୍‌ ଭାଇଫେଇ ତାଙ୍କ ପୁଅକୁ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଅନୁମତି ପ୍ରଦାନ କରିବାକୁ ବୋର୍ଡରେ ଆବେଦନ କରିଥିଲେ। ପରେ ବୋର୍ଡ ପକ୍ଷରୁ ଆଇଜାକ୍‌ଙ୍କର ସାଇକୋଲୋଜି ପରୀକ୍ଷା କରାଯାଇଥିଲା ଓ ଏଥିରେ ସେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ। ଫଳରେ ରାଜ୍ୟର ସର୍ବକନିଷ୍ଠ ଛାତ୍ର ଭାବେ ସେ ଦଶମ ଶ୍ରେଣୀ ପରୀକ୍ଷା ଦେବେ। ନିୟମାନୁସାରେ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବା ପାଇଁ ଛାତ୍ରଙ୍କ ବୟସ ଏପ୍ରିଲ ୧ ତାରିଖ ବେଳକୁ ୧୫ ବର୍ଷ ହୋଇଥିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.