Below header

ମାଳି ପର୍ବତରୁ ଖଣି ଖନନ ପାଇଁ ଜନ ଶୁଣାଣି: ୩୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

କୋରାପୁଟ(କେନ୍ଯୁଜ୍): ଖଣି ଖନନ ପାଇଁ ଜନ ଶୁଣାଣି । ମାଳି ପର୍ବତରୁ ଖଣି ଖନନ ନେଇ ପରିବେଶ ବିଭାଗ ପକ୍ଷରୁ ଶୁଣାଣି କରାଯିବ । କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ କଙ୍କଡା ଆମ୍ବ ଠାରେ ଦିନ ୧୦ଟାରେ ହେବ ଜନଶୁଣାଣି । ରାଜ୍ୟ ପ୍ରଦ୍ୟୁଷଣ ବିଭାଗ ପକ୍ଷରୁ ଏହାର ଆୟୋଜନ କରାଯାଇଛି ।

ଜନଶୁଣାଣିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୬ ପ୍ଲାଟୁନ ମହିଳା ପୋଲିସ ଫୋର୍ସ ସହ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ସହ ଏସପି, ଅତିରିକ୍ତ ଏସପି, ଏସଡିପିଓ ପ୍ରମୁଖ ଉପସ୍ଥିତ ରହିଛନ୍ତି । କୋରାପୁଟ ଜିଲ୍ଲା ସେମିଳିଗୁଡା ଓ ପଟାଙ୍ଗି ତହସିଲର ଆଲିଗାଁ ,ସୋରିଷ ପଦର, କଙ୍କଡା ଆମ୍ବ ଗ୍ରାମର ୨୬୮.୧୧ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ମାଳି ପର୍ବତରୁ ବାର୍ଷିକ ୦.୬ ନିୟୁତ ଟନ ବକ୍ସାଇଟ ଉତୋଳନ କରିବାକୁ ଆୟୋଜିତ ହେଉଛି ଜନ ଶୁଣାଣି । ଗତ ସେପ୍ଟେମ୍ବର ମାସରେ ଜନ ଶୁଣାଣି ବେଳେ ମାଳି ପର୍ବତ ସୁରକ୍ଷା ସମିତି ପକ୍ଷରୁ ବିରୋଧ କରାଯାଇଥିଲା । ଯାହା ଫଳରେ ଜନଶୁଣାଣି ଅଧାରୁ ବନ୍ଦ ରଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.