ବମ୍ବେ ହାଇକୋଟଙ୍କ ରାୟ ପୂର୍ବରୁ ନଓ୍ଵାବ ମଲ୍ଲିକଙ୍କ ଟ୍ଵିଟ ବୋମା: ସମୀର ଓ୍ଵାଙ୍ଖଡେଙ୍କ ନିକାହ ସମୟର ଫଟୋ ସେୟାର କଲେ

ମୁମ୍ବାଇ: ବମ୍ବେ ହାଇକୋଟଙ୍କ ରାୟ ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରୀ ନଓ୍ଵାବ ମଲ୍ଲିକଙ୍କ ଟ୍ଵିଟ ବୋମା। NCB ମୁମ୍ବାଇ ଜୋନାଲ ଡାଇରେକ୍ଟର ସମୀର ଓ୍ଵାଙ୍ଖଡେଙ୍କ ନିକାହ ସମୟର ଫଟୋ ସେୟାର କଲେ। ଫଟୋରେ ଓ୍ଵାଙ୍ଖଡେ ଜଣେ ମୌଲନାଙ୍କ ସହ ଥିବା ଦେଖାଯାଉଛନ୍ତି। କିଛି କାଗଜପତ୍ରରେ ଦସ୍ତଖତ କରୁଛନ୍ତି ଓ୍ଵାଙ୍ଖଡେ। ମୁଣ୍ଡରେ ଟୋପି ମଧ୍ୟ ରହିଛି ।

ଏହି ଫଟୋକୁ ଟ୍ଵିଟ କରିବା ସହ ନବାବ ଲେଖିଛନ୍ତି, କବୁଲ ହେ, କବୁଲ ହେ, କବୁଲ ହେ। ୟେ ତୁମେ କ’ଣ କଲ ସମୀର ଦାଉଦ ଓ୍ଵାଙ୍ଖଡେ’ ବୋଲି ଲେଖିଛନ୍ତି । ଓ୍ଵାଙ୍ଖଡେଙ୍କ ଏହା ପ୍ରଥମ ବିବାହ ସମୟର ଫଟୋ। ଫଟୋରେ ସେ ଟୋପି ପିନ୍ଧିଥିବାର ଦେଖିବାକୁ ମିଳିଛି। ଏହାସହ ସେ ନିକାହ ନାମାର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ପୂର୍ବରୁ ଓ୍ଵାଙ୍ଖଡେଙ୍କ ବାପା ବମ୍ବେ ହାଇକୋର୍ଟରେ ମାନହାନି ମକଦ୍ଦମା ଦାୟର କରିଥିଲେ। ଗୁରୁବାର ଏହି ମାମଲାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ସୋସିଆଲ ମିଡ଼ିଆରେ ପରିବାରକୁ ନେଇ ଅପମାନ ଜନକ ବୟାନ ଦେଉଛନ୍ତି ନଓ୍ଵାବ ମଲ୍ଲିକ । ଏହି ମାମଲା ଉପରେ ବମ୍ବେ ହାଇକୋର୍ଟ ଆଜି ନିଷ୍ପତ୍ତି ଶୁଣାଇ ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.