ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ, ଟପ୍ପର ହେଲେ ଦେବାଶିଷ ପଣ୍ଡା

କେନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଲା ଓଏଏସ୍‌-୨୦୧୮ ପରୀକ୍ଷାଫଳ । ଏଥିରେ ୨୧୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୭୨ ଜଣ ମହିଳା । ଦେବାଶିଷ ପଣ୍ଡା ଓଏଏସ୍‌ ଟପ୍ପର ହୋଇଛନ୍ତି । ସେହିପରି ଋତୁପୂର୍ଣ୍ଣା ମହାପାତ୍ର ଦ୍ୱିତୀୟ, ଆକାଶ କୁମାର ପଣ୍ଡା ତୃତୀୟ, ସନ୍ତୋଷିନୀ ଦାଶ ଚତୁର୍ଥ ଓ ନାରାୟଣୀ ପଣ୍ଡା ୫ମ ସ୍ଥାନରେ ଅଛନ୍ତି । ଟପ୍‌ ୧୦ରେ ୬ ଜଣ ମହିଳା ପ୍ରାର୍ଥୀ । ମୋଟ ୨୧୮ କୃତକାର୍ଯ୍ୟଙ୍କ ମଧ୍ୟରେ ଓଏଏସ ୬୦, ଓପିଏସ-୧୫,ଓଏଫଏସ ୨୧, ଓଆରଏସ ୬୧ ଅଛନ୍ତି । ପରୀକ୍ଷା ଫଳ ଓପିଏସସି ୱେବସାଇଟରେ ଉପଲବ୍ଧ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.