Below header

ପୁରୁଣା ଖବରକାଗଜରେ ବନାଯାଇଥିଲା ଏହି ଘର ଯେଉଁଠି ଏକ ପରିବାର ରହିଥିଲେ ୬ ବର୍ଷ

ସାଧାରଣତଃ ଘର ବନାଇବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ଇଟା ପଥର ବାଲି ଇତ୍ୟାଦିକୁ ନେଇ ବହୁତ ପରିଶ୍ରମ କରିସାରିବା ପରେ ହିଁ ଏକ ଘର ତିଆରି ହୋଇପାରିବ । ଏହିପରି ଘର ଯେଉଁଠି ଆମେ ସବୁଦିନ ପାଇଁ ରହିପାରିବା । ବଡ଼ ବଡ଼ ଅଲିଶାନ ବଙ୍ଗଲାଠୁ ନେଇ ଛୋଟ ଛୋଟ ଘର ପର୍ଯ୍ୟନ୍ତ ଆପଣ ଅନେକ ପ୍ରକାରର ଘର ଦେଖିଥିବେ, କିନ୍ତୁ କେବେ ଆପଣ ପେପରରେ ତିଆରି ହୋଇଥିବା ଘର ଦେଖିଛନ୍ତି କି ? ଏହା ଖେଳନା ଘର ନୁହେଁ ବରଂ ସତସତିକା ଘର । ତାହେଲେ ଆସନ୍ତୁ ଜାଣିବା ଏପରି ଏକ ଘର ବିଷୟରେ ।

 

Image result for This unique house is made of waste newspapers in rockport

ସୂଚନା ଅନୁଯାୟୀ ଆମେରିକାର ରକପୋର୍ଟରେ ପୁରୁଣା ଖବରକାଗଜରେ ଏକ ଘର ପ୍ରସ୍ତୁତ କରାଯାଇଛି । ଏଲିସ ଷ୍ଟେନମ୍ୟାନ ନାମକ ଜଣେ ବ୍ୟକ୍ତି ପୁରୁଣା ଖବରକାଗଜ, ଗ୍ଲୁ ଏବଂ ବାର୍ଣ୍ଣିସର ବ୍ୟବହାର କରି ୧୯୨୨ମସିହାରେ ଏହିଘର ପ୍ରସ୍ତୁତ କରିଥିଲେ । ଦୁଇଟି ରୁମ ବିଶିଷ୍ଟ ଏହି ଘରେ ଏଲିସ ଓ ତାଙ୍କ ପରିବାର ୬ ବର୍ଷ ଧରି ରହିଥିଲେ କିନ୍ତୁ ଏଲିସଙ୍କ ମୃତ୍ୟୁପରେ ବର୍ତ୍ତମାନ ଏହାକୁ ମ୍ୟୁଜିୟମ ବନାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.