Below header

ଜେଲ ଭିତରେ ସାମ୍ବାଦିକତା ପରୀକ୍ଷା ଦେଲେ ପୁଞ୍ଜିଲାଲ ମେହେର

ଅଧ୍ୟାପକରୁ ସାଜିଥିବା ଅପରାଧୀ ପୁଞ୍ଜିଲାଲ ମେହେର ସାମ୍ବାଦିକତାରେ ପିଜି ଡିପ୍ଲୋମା ପରୀକ୍ଷା ଦେଲେ ।ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧିନରେ ପରୀକ୍ଷା ଦେଉଛନ୍ତି

ବଲାଙ୍ଗିର(କେନ୍ୟୁଜ୍): ସାମ୍ବାଦିକତାରେ ପିଜି ଡିପ୍ଲୋମା ପରୀକ୍ଷା ଦେଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଆଜି ଜେଲ ଭିତରେ ସେ ପ୍ରଥମ ସେମିଷ୍ଟାର ପରୀକ୍ଷା ଦେଉଛନ୍ତି । ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧିନରେ ପରୀକ୍ଷା ଦେଉଛନ୍ତି ପୁଞ୍ଜିଲାଲ ମେହେର । ଅଧ୍ୟାପକରୁ ସେ ସାଜିଥିଲେ ଅପରାଧୀ ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସେ ଏବେ ବଲାଙ୍ଗିର ଜେଲରେ ବିଚାରଧୀନ କଏଦୀ ଭାବରେ ଅଛନ୍ତି । ୨୦୧୮ ଫେବ୍ରୁଆରୀ ୧୮ ତାରିଖରେ ପାଟଣାଗଡ ଭୋଲାନାଥ ପଡାର ରବୀନ୍ଦ୍ର ସାହୁଙ୍କ ଘରେ ଫୁଟିଥିଲା ପାର୍ସଲ ବୋମା । ଏଥିରେ ରବୀନ୍ଦ୍ରଙ୍କ ପୁଅ ସୌମ୍ୟଶେଖର ଓ ଜେଜେମାଆ ପ୍ରାଣ ହରାଇଥିଲେ । ଗୁରୁତର ହୋଇଥିଲେ ସୌମ୍ୟଙ୍କ ନବ ବିବାହିତା ପତ୍ନୀ ରିମାରାଣୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.