ମହିଳାଙ୍କ ଦୁଷ୍କର୍ମ ପରେ କାଢ଼ିନେଲେ ଋତୁସ୍ରାବକାଳୀନ ରକ୍ତ, ତାନ୍ତ୍ରିକକୁ ବିକିଲେ ୫୦ ହଜାର ଟଙ୍କାରେ

ଏକ ଛାତି ଥରା ଅଘଟଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରରରେ । ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କୁ ସାଂଘାତିକ ଭାବେ ଦୁଷ୍କର୍ମ କରିବା ସହ ତାଙ୍କର ଋତୁସ୍ରାବକାଳୀନ ରକ୍ତକୁ ଜୋର ଜବରଦସ୍ତ ସଂଗ୍ରହ କରି ଜଣେ କାଲାଯାଦୁ ତାନ୍ତ୍ରିକକୁ ୫୦ ହଜାର ଟଙ୍କାରେ ବିକ୍ରି କରିଛନ୍ତି ଦୁଷ୍କର୍ମକାରୀ ।

ମୁମ୍ବାଇ : ଏକ ଛାତି ଥରା ଅଘଟଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରରରେ । ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କୁ ସାଂଘାତିକ ଭାବେ ଦୁଷ୍କର୍ମ କରିବା ସହ ତାଙ୍କର ଋତୁସ୍ରାବକାଳୀନ ରକ୍ତକୁ ଜୋର ଜବରଦସ୍ତ ସଂଗ୍ରହ କରି ଜଣେ କାଲାଯାଦୁ ତାନ୍ତ୍ରିକକୁ ୫୦ ହଜାର ଟଙ୍କାରେ ବିକ୍ରି କରିଛନ୍ତି ଦୁଷ୍କର୍ମକାରୀ । ଶିବସେନା କର୍ମୀ ମନୀଷା କାଏଣ୍ଡେ ମହାରାଷ୍ଟ୍ର ବିଧାନପରିଷଦରେ ଏହି ଘଟଣା ଉଠାଇବା ସହ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ପରେ ଏହା ମଙ୍ଗଳବାର ଲୋକଲୋଚନକୁ ଆସିଛି ।

ଝିଅର ବାପ ଘର ପକ୍ଷରୁ ପୁନେ ବିଶ୍ରାନ୍ତଓ୍ଵାଡି ଥାନାରେ ଅଭିଯୁକ୍ତଙ୍କ ସହ ମହିଳାଙ୍କ ସ୍ୱାମୀ ଓ ତାଙ୍କ ଶାଶୂ-ଶ୍ୱଶୂରଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଛି । ପୀଡିତା ମହିଳା ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି, ତାଙ୍କର ଋତୁସ୍ରାବ ସମୟରେ ତାଙ୍କୁ ୩ ଦିନ ଧରି ଭୋକିଲା ରଖିବା ସହ ତାଙ୍କ ଠାରୁ ଋତୁସ୍ରାବକାଳୀନ ରକ୍ତ ସଂଗ୍ରହ କରି ତାକୁ ଜଣେ ତାନ୍ତ୍ରିକକୁ ୫୦ ହଜାର ଟଙ୍କାରେ ବିକିଛନ୍ତି । ୨୦୧୯ରେ ତାଙ୍କର ପ୍ରେମ ବିବାହ ହେବା ପରଠାରୁ ତାଙ୍କ ଶାଶୂ ଘର ଲୋକେ ତାଙ୍କୁ ଶାରୀରିକ ଯନ୍ତ୍ରଣା ଦେଇଆସୁଥିଲେ ।

ନିକଟରେ ଶାଶୂଘର ଲୋକେ ତାଙ୍କୁ ୩ ଦିନ ଭୋକିଲା ରଖି ତାଙ୍କର ଋତୁସ୍ରାବକାଳୀନ ରକ୍ତକୁ ସଂଗ୍ରହ କରି ଜଣେ ତାନ୍ତ୍ରିକକୁ ୫୦ ହଜାର ଟଙ୍କାରେ ବିକ୍ରି କରିଛନ୍ତି । ପୁନେ ପୋଲିସ ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡା ଦଫାରେ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.