୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୁରୀ ଡିଆଇସି ଅଫିସ ସୁପରଭାଇଜର

ପୁରୀ (କେନ୍ୟୁଜ୍): ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୁରୀ ଡିଆଇସି ଅଫିସ ସୁପରଭାଇଜର ନାରାୟଣ ପଟ୍ଟନାୟକ। ୨ ଲକ୍ଷ ୪୫ ହଜାର ଟଙ୍କାର ସବସିଡି କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ।

ଜଣେ ମେଟାଲ ପ୍ରୋସେସିଙ୍ଗ ୟୁନିଟର ମାଲିକଙ୍କ ଠାରୁ ଏହି ଲାଞ୍ଚ ନେଉଥିବା ସମୟରେ ଧରିଛି ଭିଜିଲାନ୍ସ । ତେବେ ଲାଞ୍ଚ ଟଙ୍କା ନାରାୟଣ ପଟ୍ଟନାୟକଙ୍କ ଠାରୁ ଜବତ କରିଛି ଭିଜିଲାନ୍ସ। ଏନେଇ ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନରେ ମାମଲା ରୁଜ୍ଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.