ଭିକାରୀମୁକ୍ତ ହେଲା ପୁରୀ ଶ୍ରୀ ମନ୍ଦିର ସିଂହଦ୍ୱାର ଅଞ୍ଚଳ, ୧୯୫ ଜଣଙ୍କୁ କରାଯାଇଛି ସ୍ଥାନାନ୍ତରିତ

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଅଞ୍ଚଳ ଏବେ ଭିକାରୀମୁକ୍ତ । ଶ୍ରୀମନ୍ଦିର ପାର୍ଶ୍ୱରୁ ୧୯୫ ଜଣ ଭିକାରୀଙ୍କୁ ସ୍ଥାନାନ୍ତର କରାଯାଇଛି। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ବହୁବିଧ ପ୍ରକଳ୍ପ ଓ ଯୋଜନା ଚାଲିଛି। ନୋ ପାର୍କିଂ ଓ ନୋ ଭେଣ୍ଡିଂ ଜୋନ୍ ପରେ ଶ୍ରୀମନ୍ଦିର ସିଂହଦ୍ୱାର ଅଞ୍ଚଳ ନୋ ବେଗିଙ୍ଗ୍ ଜୋନ୍ ହୋଇଛି। ୧୯୫ଜଣ ଭିକାରୀଙ୍କ ମଧ୍ୟରୁ ୪୫ ଜଣଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ପ୍ରଶାସନର ଏଭଳି ଉଦ୍ୟମକୁ ପର‌୍ୟ୍ୟଟକ ଓ ଶ୍ରଦ୍ଧାଳୁ ସ୍ୱାଗତ ଏବଂ ପ୍ରଂଶସା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.