Below header

ୟେସ୍‌ ବ୍ୟାଙ୍କରୁ ଫେରିବ କି ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ? କୌଣସି ଜମାକାରୀଙ୍କ ଟଙ୍କା ବୁଡିବନି ବୋଲି ପ୍ରତିଶୃତି ଦେଇଛି RBI

ଭୁବନେଶ୍ବର (କେନ୍ୟୁଜ୍) : ୟେସ୍‌ ବ୍ୟାଙ୍କରୁ ଫେରିବ କି ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ? ଟଙ୍କା ଫେରିବା ନେଇ ଅନିଶ୍ଚିତତା ଜାରି ରହିଛି । ହେଲେ ସରକାର ଆଶାବାଦୀ ଅଛନ୍ତି । ରାଜ୍ୟ ସରକାର ଏହି ଘଟଣାକୁ ନେଇ ତନାଘନା ଆରମ୍ଭ କରିଛନ୍ତି । ଏପଟେ କିନ୍ତୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏହାରି ଭିତରେ YES ବ୍ୟାଙ୍କରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ପ୍ରସଙ୍ଗରେ RBIକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅର୍ଥ ସଚିବ ଆରବିଆଇ ସହ କଥା ହୋଇଛନ୍ତି । କୌଣସି ଜମାକାରୀଙ୍କ ଟଙ୍କା ବୁଡିବନି । ସବୁ ସୁରକ୍ଷିତ ବୋଲିସ ଆରବିଆଇ ପ୍ରତିଶ୍ରୁତି ଦେଇଥିବା ଅର୍ଥ ସଚିବ କହିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି ସମସ୍ତ ଅର୍ଥ ମେଚୁରିଟି ପରେ ଉଠାଇବାକୁ ଅନୁମତି ମାଗିଛନ୍ତି । ୟେସ ବ୍ୟାଙ୍କ ସଙ୍କଟ ଖବର ପରେ ବ୍ୟାଙ୍କରେ ଥିବା ଶ୍ରୀମନ୍ଦିର ପ୍ରଶାସନର କୋଟି କୋଟି ଟଙ୍କା ବୁଡ଼ି ଯିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । YES ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନ ୫୪୫ କୋଟି ଟଙ୍କା ଜମା ରଖିଥିଲା । ଚଳିତମାସ ୧୬ ଓ ୨୯ରେ ମାଚୁରିଟି ହେବାର ଥିଲା । ଏହା ପୂର୍ବରୁ ଆରବିଆଇ ୟେସ ବ୍ୟାଙ୍କର ପରିଚାଳନାରେ ହସ୍ତକ୍ଷେପ କରି ଜଣେ ଗ୍ରାହକ ମାସକୁ କେବଳ ୫୦ ହଜାର ଟଙ୍କା ଉଠାଇବାର କଟକଣା ଜାରି କରାଯାଇଛି । ଏହାପରେ ଶ୍ରୀମନ୍ଦିର ଟଙ୍କା ଉଠିବା ନେଇ ସନ୍ଦେହ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.