Below header

ଆଜି ପୁରୀ ଶଙ୍କରାଚାର୍ଯ୍ୟଙ୍କ ଦିନିକିଆ କିଟ୍ ଓ କିସ୍ ଗସ୍ତ

ଭୁବନେଶ୍ବର (କେନ୍ଯୁଜ୍) : କିଟ୍ ଟେମ୍ପଲ ଟ୍ରଷ୍ଟ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ସର୍ବସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥାଗାରକୁ ଆଜି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଉଦଘାଟନ କରିବେ । ଏଥିସହ ଶ୍ରୀବାଣୀ କ୍ଷେତ୍ର ଗୁଣ୍ଡିଚା ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ସଂଧ୍ୟାରେ ଶ୍ରୀବାଣୀ କ୍ଷେତ୍ରରେ ଅନୁଷ୍ଠିତ ହେବାକୁ ଥିବା ଏକ ବିରାଟ ଧର୍ମସଭାରେ ଶଙ୍କରାଚାର୍ଯ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ବ୍ୟତୀତ ଶଙ୍କରାଚାର୍ଯ୍ୟ କିଟ୍ ଡେଣ୍ଟାଲ କଲେଜ ଓ କିମସ୍ ପରିଦର୍ଶନ କରି ଏଠାରେ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟ ସୁବିଧା ସଂପର୍କରେ ବୁଝିବେ । ଶ୍ରୀବାଣୀ କ୍ଷେତ୍ରଠାରେ ଥିବା ଆଧ୍ୟାତ୍ମିକ କୁଟୀରରେ ଶଙ୍କରାଚାର୍ଯ୍ୟ ରାତ୍ରି ଯାପନ କରିବାର ବନ୍ଦୋବସ୍ତ କରାଯାଇଛି । ଶ୍ରୀବାଣୀ କ୍ଷେତ୍ରଠାରେ ୫ଟି ଆଧ୍ୟାତ୍ମିକ କୁଟୀର ସାଧୁସନ୍ଥଙ୍କ ନିମନ୍ତେ ନିର୍ମାଣ କରାଯାଇଛି । ଶଙ୍କରାଚାର୍ଯ୍ୟଙ୍କ ଗସ୍ତ ପାଇଁ ଏଗୁଡିକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ।

ଆଜି ସଂଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଧର୍ମସଭା ଓ ସାଧୁ ସମ୍ମିଳନୀରେ ଭୁବନେଶ୍ୱର ୟୁନିଟ-୧ ଶ୍ରୀରାମ ମନ୍ଦିରର ସଭାପତି ବାବା ରାମ ନାରାୟଣ ଦାସ ମହାରାଜ, ଖଣ୍ଡଗିରିସ୍ଥିତ ସ୍ୱାମୀ ଶିବାନନ୍ଦ ଶତବାର୍ଷିକୀ ହାଇସ୍କୁଲର ସଂପାଦକ ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ ମହାରାଜ, ଯୁଗ୍ମ ସଂପାଦକ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ ମହାରାଜଙ୍କ ସମେତ ବହୁ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.