Below header

କୋରାପୁଟ : ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ, ସୁଇସାଇଡ ନୋଟ ଜବତ

କୋରାପୁଟ (କେନ୍ୟୁଜ୍) : ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ ଯୁବତୀଙ୍କ ନାଁ ପୁଷ୍ପିତା ଜେନା । ସେ ଇଂଜିନିୟରିଂ ପାସ ପରେ ବିଇଡି କରିଥିଲେ । ଲକ୍ଷ୍ମୀପୁର ପୂର୍ତ୍ତ ବିଭାଗରେ କ୍ୟାସିଅର ଭାବେ କାର‌୍ୟ୍ୟରତ କୃପାସିନ୍ଦୁ ଜେନାଙ୍କ ଝିଅ ପୁଷ୍ପିତା ନିଜ ବାସଭବନରେ କେହି ନଥିବା ବେଳେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି ପୋଲିସ । ହେଲେ ଏଥିରେ କଣ ଉଲ୍ଲେଖ ରହିଛି ତାହା ଜଣାପଡ଼ିନାହିଁ । ଆତ୍ମହତ୍ୟାର କାରଣ କଣ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ମୃତଦେହକୁ ଜବତ କରି ପୋଲିସ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.