ଜୋମାଟୋ ଆରମ୍ଭ କରୁଛି ଷ୍ଟ୍ରିମିଙ୍ଗ ସର୍ଭିସ, ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମକୁ ଦେବ ଟକ୍କର

ଖାଦ୍ୟ ବିତରଣ କରୁଥିବା କମ୍ପାନୀ ଜୋମାଟୋ, ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମକୁ ଟକ୍କର ଦେବା ପାଇଁ ଭିଡିଓ ଷ୍ଟ୍ରିମିଙ୍ଗ ସର୍ଭିସର ଘୋଷଣା କରିଛି । ଜୋମାଟୋ ଆସନ୍ତା ତିନି ମାସ ମଧ୍ୟରେ ୧୮ଟି ଅରିଜିନାଲ ଶୋ ଲଞ୍ଚ କରିବାକୁ ଯାଉଛି । ସୂଚନା ଅନୁଯାୟୀ ଭିଡିଓ ଷ୍ଟ୍ରିମିଙ୍ଗ ସେବାର ଆରମ୍ଭ ସେପ୍ଟେମ୍ବର ୧୬ ତାରିଖରୁ ଆରମ୍ଭ କରାଯିବ । ଭିଡିଓ ଷ୍ଟ୍ରିମିଙ୍ଗ ପାଇଁ ଜୋମାଟୋ ଆପରେ ଭିଡିଓ ସେକ୍ସନ ମଧ୍ୟ ମିଳିବ ।

ଜୋମାଟୋ ଆପର ଭିଡିଓ ସେକ୍ସନରେ ଖାଇବା ସମ୍ବନ୍ଧିତ ଭିଡିଓ ଦେଖାଯିବ । ଯଦିଓ ଏଥିରେ କମେଡି, ରିୟାଲିଟି, ମନୋରଞ୍ଜନ ଏବଂ ଇଣ୍ଟରଭିୟୁ ମଧ୍ୟ ଦେଖିବାକୁ ମିଳିବ । ଏହି ଭିଡ଼ିଓର ଅବଧି ୩ ମିନିଟରୁ ୧୫ ମିନିଟ ମଧ୍ୟରେ ରହିବ । ଗ୍ରାହକମାନଙ୍କୁ ଦୁଇ ହଜାରରୁ ଅଧିକ ଭିଡିଓ ଦେଖିବାକୁ ମିଳିବ ଯେଉଁଥିରେ ଏକ୍ସକ୍ଲୁସିଭ ଭିଡିଓ ମଧ୍ୟ ମଧ୍ୟ ସାମିଲ ଅଟେ । ଏଥିରେ ଥିବା ସ୍ୱତନ୍ତ୍ରତା ହେଉଛି ଏହି ଭିଡିଓକୁ ସାରା ବିଶ୍ଵରେ ଯେକୌଣସି ଦେଶରେ ମଧ୍ୟ ଦେଖାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.