ଶ୍ରୀମନ୍ଦିର ସଂସ୍କାର ନେଇ ଆଜି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ

ପୁରୀ(କେନ୍ୟୁଜ୍) : ଶ୍ରୀମନ୍ଦିର ସଂସ୍କାର ନେଇ ଆଜି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବେ । ଏନେଇ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ମଠ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଉଚ୍ଚନ୍ୟାୟାଳୟ, ଆଇନ ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ସେବାୟତ ନିଯୋଗ, ବୁଦ୍ଧିଜୀବୀ ଓ ଭକ୍ତ ସମାଜକୁ ନିମନ୍ତ୍ରଣ କରାଯାଇଛି । ବୈଠକରେ ରାଜ୍ୟ ସରକାରଙ୍କ ପ୍ରତିନିଧି, ଆଇନ ବିଭାଗ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଛତିଶାନିଯୋଗର ପ୍ରତିନିଧିଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ଯୋଗଦେବେ ।

sankaracharya ଶ୍ରୀମନ୍ଦିରର ପରିଚାଳନାଗତ ସଂସ୍କାର ସହ ଉଚିତ ଦର୍ଶନ ବ୍ୟବସ୍ଥା, ନୀତିରେ ଶୃଙ୍ଖଳା ଆଣିବା ପାଇଁ ଶଙ୍କରାଚାର୍ଯ୍ୟ ସମସ୍ତ ବର୍ଗଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଗତ ସଂଧ୍ୟାରେ ଶ୍ରୀମନ୍ଦିର ଦଇତାପତି ନିଯୋଗର ନବ ନିର୍ବାଚିତ ସଦସ୍ୟମାନେ ଶଙ୍କରାର୍ଯ୍ୟଙ୍କୁ ସାକ୍ଷାତ କରିବା ସହ ତାଙ୍କର ଆଶୀର୍ବାଦ କାମନା କରିଥିଲେ । ଶଙ୍କରାଚାର୍ଯ୍ୟଙ୍କ ଏପରି ପ୍ରଚେଷ୍ଠା ଦ୍ୱାରା ଶ୍ରୀମନ୍ଦିରର ସମସ୍ତ ବ୍ୟବସ୍ଥା ଶୃଙ୍ଖଳିତ ବୋଲି ମତ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.