Below header

ଶ୍ରୀମନ୍ଦିର ଓ ସେବାୟତଙ୍କ ବଂଶ ପରମ୍ପରା ସେବା ନେଇ ସୁପ୍ରିମକୋର୍ଟରେ ପକ୍ଷ ରଖିବେ ସେବାୟତ

ପୁରୀ: ଶ୍ରୀମନ୍ଦିର ଓ ସେବାୟତଙ୍କ ବଂଶ ପରମ୍ପରା ସେବା ସଂପର୍କରେ ସୁପ୍ରିମକୋର୍ଟ ଓ ଆମିକସ୍ କ୍ୟୁରୀଙ୍କ ନିକଟରେ ପକ୍ଷ ରଖିବେ ସେବାୟତ। ଆଇନଗତ ଦିଗକୁ ଠିକ୍ ଭାବରେ ଉପସ୍ଥାପିତ କରାଯିବ। ଅଭିଜ୍ଞ ସେବାୟତଙ୍କୁ ନେଇ ଏକ କମିଟି ଗଠନ ହେବ। ଶ୍ରୀମନ୍ଦିର ସଂପର୍କରେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଉପରେ ପୁରୀ ଗୋବର୍ଦ୍ଧନ ମଠରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଶଙ୍କରାଚାର୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଗଜପତି ଦିବ୍ୟସିଂହ ଦେବ ଓ ସେବାୟତ ପ୍ରତିନିଧି ଯୋଗ ଦେଇଥିଲେ। ଶ୍ରୀମନ୍ଦିର ସେବାୟତଙ୍କ ବଂଶାନୁକ୍ରମିକ ସେବା ସ୍ୱତନ୍ତ୍ର। ତେଣୁ ଏହାର ବିଲୋପ ସାଧନ ହେବା ଉଚିତ ନୁହେଁ ବୋଲି ଶଙ୍କରାଚାର୍ୟ୍ୟ ମତ ରଖିଥିଲେ।

puri ଶ୍ରୀମନ୍ଦିର ପରମ୍ପରା ଓ ମର୍ୟ୍ୟାଦା ରକ୍ଷା ପାଇଁ ସମସ୍ତଙ୍କ ସହମତିରେ କାର୍ୟ୍ୟ ହେବା ଆବଶ୍ୟକ। ସେହିପରି ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ହେଲେ ପରମ୍ପରା ବ୍ୟାହତ ହେବ ବୋଲି ଶଙ୍କରାଚାର୍ୟ୍ୟ ମତ ରଖିଛନ୍ତି। ଏ ସଂପର୍କରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମଙ୍କ ସହ ଆଲୋଚନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏହି ବୈଠକରେ ବିଭିନ୍ନ ସେବାୟତ ବର୍ଗ ସାମିଲ୍ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.