Below header

ଫେସବୁକ୍‌କୁ ବଡ଼ ଝଟକା : ୧୨୦ ଅରବ ଡ଼ଲାରର ହେଲା କ୍ଷତି

ନୂଆଦିଲ୍ଲୀ : ନିଜର ପ୍ରାଇଭେସି ପଲିସିକୁ ନେଇ ବିବାଦରେ ରହିଥିବା ସୋସିଆଲ ମିଡ଼ିଆ ଫେସବୁକକୁ ଗୁରୁବାର ଦିନ ବହୁ ପରିମାଣର କ୍ଷତି ସହିବାକୁ ପଡ଼ିଛି। ବାରାମ୍ବାର ବିଭିନ୍ନ ପ୍ରକାରର ନିୟମ ଏବଂ ପଲିସି ବଦଳୁଥିବାରୁ ତ୍ରିମାସିକ ସେଲ୍ସ ଶେୟାରରେ ୨୦ ପ୍ରତିଶତ ଐତିହାସିକ କ୍ଷତି ସହିବାକୁ ପଡ଼ିଛି। ଯାହା ଫଳରେ କମ୍ପାନିର ମାର୍କେଟ ଭ୍ୟାଲୁ ୧୨୦ ଅରବ ଡ଼ଲାର ପଯ୍ୟର୍ନ୍ତ କମ ହୋଇଯାଇଛି।

ସୂଚନା ଅନୁଯାୟୀ, ଗୁରୁବାର ଆମେରିକା ଶେୟାର ବଜାରରେ ଯେତେ କମ୍ପାନିର ଶେୟାର କମ ହୋଇଥିଲା ତାହା ମଧ୍ୟରେ ସବୁଠାରୁ ଅଧିକ କ୍ଷତିରେ ରହିଥିଲା ଫେସବୁକ୍‌। ଆମେରିକା ବଜାରରେ ସକାଳ ସମୟରେ ଏହାର ଶେୟାର ୧୭୯ପାଖାପାଖି ଟ୍ରେଡ଼ କରୁଥିଲା। ଶେୟାର ମାର୍କେଟରେ ଏପରି କ୍ଷତି ପରେ ଫେସବୁକ୍‌ର ସିଇଓ ଡ଼େବିଡ଼ େଓ୍ଵନର କହିଛନ୍ତି ତୃତୀୟ ଏବଂ ଚତୁର୍ଥ ତ୍ରୟମାସିକ ରେଭେନ୍ୟୁରେ ଆହୁରି ଶେୟାର ତଳକୁ ଯିବ। ସୋସିଆଲ ମିଡ଼ିଆ ପା୍ଲଟଫର୍ମ ଫେସବୁକରେ ଜୁନ୍‌ ମାସରେ ୧.୪୭ଅରବ ଦୈନିକ ଆକ୍ଟିଭ ଗ୍ରାହକ ରହିଥିଲେ। ଯାହା କମ୍ପାନିର ପ୍ରାଇଭେସି ପଲିସି ପାଇଁ ବର୍ତ୍ତମାନ କମ ହୋଇ ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.