ଆଜି ଶତାଦ୍ଦୀର ସବୁଠାରୁ ଦୀର୍ଘତମ ଚନ୍ଦ୍ରଗ୍ରହଣ : ଜାଣନ୍ତୁ କଣ କରିବେ କଣ କରିବେନି

ଆସନ୍ତାକାଲି ହେଉଛି ଚଳିତ ଶତାଦ୍ଦୀର ସବୁଠାରୁ ଦୀର୍ଘତମ ଚନ୍ଦ୍ର ଗ୍ରହଣ । ଏହି ଚନ୍ଦ୍ର ଗ୍ରହଣ ପାଖାପାଖି ୧ ଘଣ୍ଟା ୪୩ ମିନିଟ୍ ପର୍ୟ୍ୟନ୍ତ ରହିବ । ଏହି ଗ୍ରହଣ ପୂରା ଭାରତ ବର୍ଷରେ ଦେଖିବାକୁ ମିଳିବ ଏବଂ ଏହାକୁ ବିନା କିଛି ଉପକରଣରେ ଆରମରେ ଆପଣ ମାନେ ଦେଖି ପାରିବେ । ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଭାରତୀୟ ସମୟ ଅନୁଯାୟୀ ୨୭ ଜୁଲାଇର ରାତି ୧୧ଟା ୪୫ ମିନିଟ୍ ୦୨ ସେକେଣ୍ଡରେ ଆରମ୍ଭ ହେବ ଏବଂ ୨୮ ଜୁଲାଇ ଭୋର୍ ୩:୪୫ ମିନିଟରେ ମୋକ୍ଷ ହେବ । ଏହି ଚନ୍ଦ୍ରଗ୍ରହଣରେ ଚନ୍ଦ୍ରମା ନାଲି ରଙ୍ଗର ଦେଖାଯିବେ, ଯାହାକୁ ରକ୍ତଚନ୍ଦ୍ର ବା ବ୍ଲଡ୍ ମୁନ୍ କୁହାଯାଉଛି ।

ଚନ୍ଦ୍ରଗ୍ରହଣ କାରଣରୁ ଏହି ସବୁ କଥା ଉପରେ ରଖନ୍ତୁ ଧ୍ୟାନ :

• ସୂର୍ୟ୍ୟ ଗ୍ରହଣ ପରି ଅପଣଙ୍କୁ ଚଷମା ସାହାଯ୍ୟରେ ଦେଖିବାକୁ ପଡିବ ନାହିଁ । ଚନ୍ଦ୍ରଗ୍ରହଣକୁ ଆପଣ ମାନେ ଖାଲି ଆଖିରେ ଦେଖି ପାରିବେ ।

• ଆପଣ ଚାହିଁଲେ କୌଣସି ବି ଖୋଲା ସ୍ଥାନ କିମ୍ବା ପାଖ ପାର୍କରେ ଯାଇ ମଧ୍ୟ ଦେଖି ପାରିବେ ।

• କେବଳ ଚଷମା ହିଁ ନୁହେଁ ଚନ୍ଦ୍ରଗ୍ରହଣକୁ ଦେଖିବା ପାଇଁ ଆପଣଙ୍କୁ କୌଣସି ପ୍ରକାରର ଆଖିକୁ ପ୍ରୋଟେକ୍ଟ୍ କଲା ଭଳି ଜିନିଷର ଆବଶ୍ୟକତା ପଡିବ ନାହିଁ ।

• କିଛି ଜ୍ୟୋତିଷ କିମ୍ବା ପଣ୍ଡିତଙ୍କ ଅନୁସାରେ ଏହା କୁହାଯାଉଛି କି, ଗ୍ରହଣ ସମୟରେ ଖୋଲା ଆକାଶ ତଳକୁ ବାହାରନ୍ତୁ ନାହିଁ ଖାସ୍ କରି ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି, ରୋଗୀ ଓ ଛୋଟ ଛୁଆ । ଗ୍ରହଣ ପୂର୍ବରୁ କିମ୍ବା ପରେ କିଛି ଖାଆନ୍ତୁ ନାହିଁ ।

୨୦୧୮ର ପ୍ରଥମ ଚନ୍ଦ୍ରଗ୍ରହଣ ୩୧ ଜାନୁଆରୀରେ ଦେଖାଯାଇଥିଲା । ୧୫୨ ବର୍ଷ ପରେ ଏହା ଏମିତି ଏକ ଚନ୍ଦ୍ରଗ୍ରହଣ ଥିଲା ଯାହା ୭୭ ମିନିଟ୍ ପର୍ୟ୍ୟନ୍ତ ରହିଥିଲା । ଏହି କାରଣରୁ ଚନ୍ଦ୍ର ୩୦ ପ୍ରତିଶଧରୁ ଅଧିକ ଉଜ୍ଜଳ ଦେଖା ଯାଉଥିଲା ।

ଆପଣଙ୍କୁ କହି ରଖୁଛୁ କି, ଏହି ବର୍ଷ ୫ଟି ଗ୍ରହଣ ହେବ । ଯାହା ଭିତରୁ ୩ ଟି ସୂର୍ୟ୍ୟ ଗ୍ରହଣ ଓ ୨ ଟି ଚନ୍ଦ୍ରଗ୍ରହଣ ଅଟେ । ୨୭ ଜୁଲାଇର ଚନ୍ଦ୍ରଗ୍ରହଣ ୨୦୧୮ର ଦ୍ବିତୀୟ ଚନ୍ଦ୍ରଗ୍ରହଣ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.