Below header

ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ଚିଠା ପ୍ରସ୍ତାବ ଚୂଡ଼ାନ୍ତ, ଜୁନ ୧ରୁ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ

ପୁରୀ: ଚୂଡ଼ାନ୍ତ ହେଲା ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ଚିଠା ପ୍ରସ୍ତାବ। ଜୁନ ୧ ତାରିଖରୁ ଆରମ୍ଭ ହେବ ଐତିହ୍ୟ କରିଡର ନିର୍ମାଣ କାର୍ଯ୍ୟ। ଫେବ୍ରୁଆରୀ ୨୮ ସୁଦ୍ଧା ମିଳିବ ଏନଏମଏ ଓ ଏଏସଆଇର ଅନୁମୋଦନ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହା ଚୂଡ଼ାନ୍ତ ହୋଇଛି। ୮ଶହ କୋଟି ଟଙ୍କାର ଐତିହ୍ୟ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ୩ଟି କମିଟିର ୫୨ଟି ବୈଠକରେ ପ୍ରକଳ୍ପ ଚିଠା ନେଇ ଆଲୋଚନା କରିଥିଲେ।

srimandir

ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି ଯୋଗ ଦେଇଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ସଦସ୍ୟଙ୍କ ସହ ଅନ୍ୟ ସଦସ୍ୟମାନେ ବୈଠକରେ ଉପସ୍ଥିତ ଥିଲେ। ଐତିହ୍ୟ କରିଡରକୁ ୪ ଭାଗରେ ବିଭକ୍ତ କରାଯାଇଥିବା ବୈଠକ ଶେଷରେ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷନ କୁମାର। ୨୦୧୯ ଡିସେମ୍ବର ୩୦ ତାରିଖରେ ଐତିହ୍ୟ କରିଡର ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.