ଆଜିଠୁ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ, ନହେଲେ ଗଣିବେ ଦୁଇ ଗୁଣା ଶୁଳ୍କ

ଆଜିଠୁ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ। ନହେଲେ ଚାରି ଚକିଆ ଗାଡି ଟୋଲ୍‌ ଗେଟ୍‌ ଅତିକ୍ରମ କରିବା ବେଳେ ଗଣିବେ ଦୁଇ ଗୁଣା ଶୁଳ୍କ। ଟୋଲ୍‌ ଆଦାୟରେ ସ୍ୱଚ୍ଛତା ଓ ଭିଡ଼ରୁ ମୁକ୍ତି ପାଇଁ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଟୋଲ୍‌ ପ୍ଲାଜାର ସବୁ ଲେନ୍‌ ଫାସ୍‌ଟ୍ୟାଗ୍‌ ଲେନ୍‌ରେ ରୂପାନ୍ତରିତ ହୋଇଯିବ। ଫାସଟ୍ୟାଗ ପାଇଁ ଆଉ ସମୟସୀମା ବଢାଯିବ ନାହିଁ ବୋଲି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ସ୍ପଷ୍ଟ ସୂଚନା ଦେଇଛନ୍ତି।
ଟୋଲ୍‌ ଟ୍ୟାକ୍ସ ଦେବା ବେଳେ ଯାତ୍ରୀଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଫଳରେ ଅଧିକାଂଶ ସମୟରେ ରାସ୍ତା ଜାମ୍‌ ରହିବା ସହ ଲୋକେ ହନ୍ତସନ୍ତ ହେଉଛନ୍ତି । ତେବେ ଫାସ୍‌ଟ୍ୟାଗ୍ ଲାଗୁ ହେବା ପରେ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବା ସହ ଟ୍ରାଫିକ୍‌ ସମସ୍ୟାରେ ସୁଧାର ଆସିବ।
ଫାସଟ୍ୟାଗ୍‌ ହେଉଛି ପ୍ଲାଷ୍ଟିକ ଷ୍ଟିକର ଭଳି ଯାହାକୁ ଗାଡି ଭିତର ପଟୁ କାଚରେ ଲଗାଇବାକୁ ହେବ। ସରକାରୀ ଓ ଘରୋଇ ବ୍ୟାଙ୍କରୁ ଅନଲାଇନରେ ଫାସଟ୍ୟାଗ ମଗାଇ ହେଉଛି। ଏହା ଘରେ ପହଞ୍ଚିବା ପରେ ପଞ୍ଜୀକୃତ ମୋବାଇଲ ନମ୍ବର ଜରିଆରେ ଅତି ସହଜରେ ରିଚାର୍ଜ କରିହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.