Below header

ଆଜିଠୁ ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ମରାମତି, ପ୍ରତିଦିନ ଅପରାହ୍ନ ଗୋଟାଏରୁ ସନ୍ଧ୍ୟା ୭ ଯାଏଁ ଚାଲିବ କାମ

ଆଜିଠୁ ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ମରାମତି । ଫାଟ ସୃଷ୍ଟି ହୋଇଥିବା ସ୍ଥାନକୁ ମରାମତି କରାଯିବ । ମୁଖ୍ୟ ବିମ୍ ଫାଟ ମରାମତି ପାଇଁ ଭାରା ବନ୍ଧାଯିବ। ଲଗାଯିବ ୪ଟି ଷ୍ଟେନ୍ ଲେସ ଷ୍ଟିଲ ବିମ । ଆଜିଠାରୁ ୧୯ ତାରିଖ ଯାଏ ଚାଲିବ ନାଟମଣ୍ଡପ ବିମ୍ ମରାମତି କାମ ।

ପୁରୀ (କେନ୍ୟୁଜ): ଆଜିଠୁ ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ମରାମତି । ଫାଟ ସୃଷ୍ଟି ହୋଇଥିବା ସ୍ଥାନକୁ ମରାମତି କରାଯିବ । ମୁଖ୍ୟ ବିମ୍ ଫାଟ ମରାମତି ପାଇଁ ଭାରା ବନ୍ଧାଯିବ। ଲଗାଯିବ ୪ଟି ଷ୍ଟେନ୍ ଲେସ ଷ୍ଟିଲ ବିମ । ଆଜିଠାରୁ ୧୯ ତାରିଖ ଯାଏ ଚାଲିବ ନାଟମଣ୍ଡପ ବିମ୍ ମରାମତି କାମ । ଏହି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ହେବ ନାହିଁ କି ଦର୍ଶନରେ ଅସୁବିଧା ଭୋଗିବେ ନାହିଁ ଶ୍ରଦ୍ଧାଳୁ ।

ଏଥିପାଇଁ ବିଶେଷ ଧ୍ୟାନ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରତିଦିନ ଅପରାହ୍ନ ଗୋଟାଏରୁ ସନ୍ଧ୍ୟା ୭ ଟା ଯାଏ କାମ ହେବ । ନାଟମଣ୍ଡପ ମରାମତି ବେଳେ ରାତି ୨ଟାରୁ ସିଂହଦ୍ଵାର ଫିଟିବା ସହ ରାତି ୧୧ ଟାରେ ପହୁଡ ହେବ। କେଉଁ ସମୟରେ କେଉଁ ନୀତି କରାଯିବ ସେନେଇ ନିର୍ଘଣ୍ଟ ହୋଇଛି । ମରାମତି ବେଳେ ଭକ୍ତ ଗରୁଡ଼ ସ୍ତମ୍ଭ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଇ ପାରିବେ ନାହିଁ । ସେମାନେ ଘଣ୍ଟି ଦ୍ବାର ପାଖ ଦେଇ ବାହାର କାଠ କିମ୍ବା ଭିତର କାଠଠାରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଜାଲିଦ୍ବାର କିମ୍ବା ବେହରଣ ଦ୍ବାର ବାଟେ ବାହାର ବେଢ଼ାକୁ ବାହାରିବେ ଶ୍ରଦ୍ଧାଳୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.