ଖରା ତାତିରୁ ମିଳିବ ଆଶ୍ବସ୍ତି: ବଦଳିବ ପାଗ, ଆଜିଠୁ ୬ ଦିନ ବର୍ଷା

ବଦଳିବ ପାଗ । କମିବ ଦିନ ତାପମାତ୍ରା । ଖରା ତାତିରୁ ସାମୟିକ ଆଶ୍ବସ୍ତି ଆଣିଦେବ ବର୍ଷା । ଆଜିଠୁ ରାଜ୍ୟରେ ଆକାଶ ମେଘୁଆ ରହିବା ସହ ୬ ଦିନ ବର୍ଷା ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ଓ ଗୁରୁଚାପ ବଳୟ ପ୍ରଭାବରୁ ପାଗ ବଦଳିବ ।

ଭୁବନେଶ୍ଵର (କେନ୍ୟୁଜ): ବଦଳିବ ପାଗ । କମିବ ଦିନ ତାପମାତ୍ରା । ଖରା ତାତିରୁ ସାମୟିକ ଆଶ୍ବସ୍ତି ଆଣିଦେବ ବର୍ଷା । ଆଜିଠୁ ରାଜ୍ୟରେ ଆକାଶ ମେଘୁଆ ରହିବା ସହ ୬ ଦିନ ବର୍ଷା ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ଓ ଗୁରୁଚାପ ବଳୟ ପ୍ରଭାବରୁ ପାଗ ବଦଳିବ । ଗୁରୁଚାପ ବଳୟ ଯୋଗୁ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହିବ । ଏହା ପଶ୍ଚିମ ପଟରୁ ଆସୁଥିବା ଶୁଷ୍କ ପବନ ସଂସ୍ପର୍ଶରେ ଆସିବ ବର୍ଷା କରାଇବା ସମ୍ଭାବନା ରହିଛି । କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆଜି ଉପକୂଳ ଓଡ଼ିଶା ସହ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆସନ୍ତାକାଲି ଉତ୍ତର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, ସୋନପୁର, କଳାହାଣ୍ଡିର ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ୨୮ ତାରିଖ ଯାଏ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏହା ପ୍ରଭାବରେ ଦିନ ତାପମାତ୍ରା କମିବ । କିନ୍ତୁ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଗତ କିଛି ଦିନ ହେବ ଖରା ତାତିରେ କଲବଲ ହୋଇଛି ଅଧା ଓଡ଼ିଶା । ଅଧିକାଂଶ ସ୍ଥାନରେ ଦିନରେ ପାରଦ ଛୁଇଁଛି ୩୫ ଡିଗ୍ରୀ ସେଲସିୟସ୍ । ଆଜିଠୁ ବର୍ଷା ତାତିରୁ ଆଶ୍ବସ୍ତି ଆଣିଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.