କଟକ: କମିଶନରେଟ୍‌ ପୋଲିସ୍ ପକ୍ଷରୁ ବାଲିଘାଟରେ ରେଡ୍‌, ୧୭ଟି ଟ୍ରକ୍ ଜବତ ସହ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ

କଟକ(କେନ୍ଯୁଜ୍): ବାଲିଘାଟରେ ରେଡ୍‌। କମିଶନରେଟ୍‌ ପୋଲିସର ଚଢ଼ାଉ କରି ୧୭ଟି ଟ୍ରକ ଜବତ କରିଛି। ବେଆଇନ ବାଲି ଉଠାଣ ଅଭିଯୋଗରେ ଚଢ଼ାଉ କରାଯାଇଛି। ବେଆଇନ ଚାଲାଣ ଅଭିଯୋଗରେ ୧୭ଟି ଟ୍ରକ ଜବତ କରାଯିବା ସହ ୧୭ ଜଣଙ୍କୁ ଅଟକ ରଖାଯାଇଛି।

ଏଥିସହ ସଦର ତହସିଲ୍‌ ପକ୍ଷରୁ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏକ ପ୍ରୋକଲିନ ମେସିନ୍‌ ମଧ୍ୟ ଜବତ ହୋଇଛି। ଆଗକୁ ମଧ୍ୟ ଏହି ଚଢାଉ ଅଭିଯାନ ଜାରି ରହିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.