Below header

ବେଆଇନ୍ ବାଲି ଉତ୍ତୋଳନ ବେଳେ ରାଜସ୍ୱ ବିଭାଗର ଚଢ଼ଉ: ୪ଟି ଜେସିବି, ୧୭ଟି ଡମ୍ପର ସହିତ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଜବତ

ଜଳେଶ୍ଵର(କେନ୍ୟୁଜ): ବାଲେଶ୍ଵର ଜିଲ୍ଲା ବସ୍ତା ତହସିଲ ଅନ୍ତର୍ଗତ ରାଜଘାଟ ସ୍ଥିତ ବେଣାପୂରା-୨ ବାଲି ଖାଦାନ ଉପରେ ରାଜସ୍ୱ ବିଭାଗର ଚଢ଼ଉ। ମେସିନ ସାହାଯ୍ୟରେ ବେଆଇନ ଭାବରେ ବାଲି ଉତ୍ତୋଳନ କରୁଥିବା ଅଭିଯୋଗରେ ୪ଟି ଜେସିବି ମେସିନ୍, ୧୭ଟି ଡମ୍ପର ସହିତ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି ରାଜସ୍ୱ ବିଭାଗ।

ସୂଚନା ଅନୁଯାୟୀ ବସ୍ତା ତହସିଲ ଅଧୀନସ୍ଥ ସୁବର୍ଣ୍ଣରେଖା ନଦୀରେ ଅନେକ ଗୁଡିଏ ବାଲି ଖାଦାନ ଥିଲା ବେଳେ ସେଗୁଡିକରୁ ଦିନରାତି ବେଆଇନ ଭାବରେ ମେସିନ ସାହାଯ୍ୟ ବାଲି ଉତ୍ତୋଳନ କରିବା ସହିତ ଡମ୍ପର ସାହାଯ୍ୟରେ ପଶ୍ଚିମବଙ୍ଗକୁ ବାଲି ଚାଲାଣ ହେଉଛି ଏବଂ ରାତିରେ ମାଇନିଂ କରିବା ନିର୍ଦ୍ଦେଶ ନଥିଲାବେଳେ ରାତିରେ ମଧ୍ୟ ମାଇନିଂ କରୁଥିବା ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ ହୋଇ ଆସୁଥିଲା।

ତେବେ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ପାଳଙ୍କ ନିର୍ଦ୍ଦେଶରେ ରେମୁଣା ଓ ସଦର ଅତିରିକ୍ତ ତହସିଲଦାର, ବସ୍ତା ତହସିଲଦାର ଏବଂ ଏକ ପ୍ଲାଟୁନ ପୋଲିସ ଫୋର୍ସ ମିଳିତ ଭାବରେ ରାଜଘାଟ ସ୍ଥିତ ବେଣାପୁରା-୨ ବାଲି ଖାଦାନ ଉପରେ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ଗାଡି ଡ୍ରାଇଭର ମାନେ ଫେରାର ହୋଇ ଯାଇଥିବା ବେଳେ ବାଲେଶ୍ୱର ଆରଟିଓ, ବସ୍ତା ତହସିଲଦାର ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.