ସାଲିଆ ସାହି ବସ୍ତିରୁ ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ଜଣେ ଗିରଫ

ଭୁବନେଶ୍ବର(କେନ୍ୟୁଜ): ସାଲିଆ ସାହି ବସ୍ତିରେ ବ୍ରାଉନ ସୁଗର ଜବତ । ଜଣେ ଗିରଫ । ଫ୍ଲାଇଂ ସ୍କ୍ଵାଡର ୨୦ ଜଣିଆ ଟିମ ସାଲିଆ ସାହିରେ ଚଢ଼ାଉ କରିଥିଲା । ଦୀର୍ଘ ଦିନ ଧରି ରାଜୀବ ପଣ୍ଡା ବ୍ରାଉନ ସୁଗର ବେପାର କରୁଥିଲା ।

ଆଜି ରାଜୀବ ପଣ୍ଡା ପାଖକୁ ଜଣେ ବ୍ରାଉନ ସୁଗର ବେପାରୀ ଆସିଥିଲା । ତାକୁ ଧରିବା ପାଇଁ ପୂର୍ବରୁ ପ୍ଲାନ୍‌ କରିଥିଲା ଅବକାରୀ ବିଭାଗ । ଚଢ଼ାଉ ବେଳେ ରାଜୀବ ଧରାପଡିଛି । ୨୦୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.