ଗୋରୁ ବେପାରୀ ଠାରୁ ଟଙ୍କା ମାଗିବା ଅଡିଓ ଭାଇରାଲ ଘଟଣା: ଝରପୋଖରିଆ ଥାନାର ୨ ଏଏସଆଇ ଓ ଜଣେ କନେଷ୍ଟବଳ ନିଲମ୍ବିତ

ବାରିପଦା(କେନ୍ୟୁଜ): ମୟୂରଭଞ୍ଜ ଗୋରୁ ବେପାରୀ ଠାରୁ ଟଙ୍କା ମାଗିବା ଅଡିଓ ଭାଇରାଲ ଘଟଣାରେ ଝରପୋଖରିଆ ଥାନାର ୨ ଏଏସଆଇ ଓ ଜଣେ କନେଷ୍ଟବଳ ନିଲମ୍ବିତ । ୩ ଜଣଙ୍କୁ ସସପେଣ୍ଡ କରିଛନ୍ତି ମୟୁରଭଞ୍ଜ ଏସପି ।

ଏଏସଆଇ ସ୍ମୃତି ରଞ୍ଜନ ସ୍ୱାଇଁ, ଚନ୍ଦନ କୁମାର ସିଂ ଏବଂ କନେଷ୍ଟବଳ ଦୀପକ ପଲବାବୁଙ୍କୁ ନିଲମ୍ବିତ କରିଛନ୍ତି ଏସପି ଋଷିକେଶ ଡ଼ି ଖିଲାରୀ । ଝରପୋଖରିଆ ଥାନା ଓଡିଶା, ପଶ୍ଚିମବଙ୍ଗ ଓ ଝାରଖଣ୍ଡର ସିମନ୍ତବର୍ତ୍ତି ଅଞ୍ଚଳ ।

ଏହି ବାଟ ଦେଇ ଗୋ ଚାଲାଣ ହେଉଥିବା ବେଳେ ପୋଲିସ ସହ ଗରୁ ବେପରୀଙ୍କ ସଲାସୁତୁରା ଥିବା ଅଭିଯୋଗ ହୋଇ ଆସୁଥିଲା । ଅଡିଓ ଭାଇରଲ ହେଲା ପରେ ତାହା ସ୍ପଷ୍ଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.