ସୋସିଆଲ ମିଡିଆରେ ଭାଇରାଲ ହେଉଛି ନରେନ୍ଦ୍ର ମୋଦିଙ୍କର ୩୦ ବର୍ଷ ପୁରୁଣା ଫଟୋ…ଜର୍ମାନୀରେ ଦେଖାଇଥିଲେ ଏଭଳି ଅନ୍ଦାଜ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ନିଜର ତିନି ଦିନିଆ ୟୁରୋପ ଗସ୍ତରୁ ଫେରିଛନ୍ତି। ଏହି ଭ୍ରମଣର ଦ୍ୱିତୀୟ ଦିନରେ ସେ ଡେନମାର୍କରେ ପହଞ୍ଚିଥିଲେ ଏବଂ ସେଠାରେ ସେ ନିଜର ସମକକ୍ଷ ଫ୍ରେଡରିକ୍ସନଙ୍କୁ ଭେଟିଥିଲେ। କହି ରଖୁଛୁ, ଏହା ପିଏମ ମୋଦିଙ୍କର ଚଳିତ ବର୍ଷର ପ୍ରଥମ ବିଦେଶ ଯାତ୍ରା। ଏହି ଗସ୍ତର ପ୍ରଥମ ପର୍ଯ୍ୟାୟ ସୋମବାର ପ୍ରଧାନମନ୍ତ୍ରୀ ବର୍ଲିନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ନ୍ଧନା କରାଯାଇଥିଲା।

ଏହାରି ଭିତରେ ପିଏମ ମୋଦିଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯାହା କି ନରେନ୍ଦ୍ର ମୋଦିଙ୍କର ୩୦ ବର୍ଷ ପୁରୁଣା ଫଟୋ। ୩୦ ବର୍ଷ ତଳେ ହିଁ ସେ ଜର୍ମାନୀ ଯାଇଥିଲେ। ସେତେ ବେଳେ ସେ ପ୍ରଧାନମନ୍ତ୍ରୀ ନ ଥିଲେ, ବରଂ ବିଜେପିର ଜଣେ କାର୍ଯ୍ୟକର୍ତ୍ତା ଥିଲେ। ଆମେରିକାରୁ ଫେରୁଥିବା ସମୟରେ ମୋଦି ଜର୍ମାନୀ ଯାଇଥିଲେ। ୩୦ ବର୍ଷ ପୁରୁଣା ଫଟୋରେ ମୋଦି ଏକ ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି। ଏହି ଭାଇରାଲ୍ ଫଟୋ ୧୯୯୩ ମସିହାର ହୋଇଥିବା ବେଳେ ସେହି ସମୟରେ ମୋଦି ନୀଳ ଜ୍ୟାକେଟ ଓ ଧଳା ଶାର୍ଟ ପିନ୍ଧିଥିଲେ ଏବଂ ପକେଟରେ ହାତ ରଖିଥିଲେ।

ଏଥର ମୋଦିଙ୍କ ୟୁରୋପ ଗସ୍ତରେ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ତାଙ୍କୁ ନେଇ ଏକ ଅଜବ ପ୍ରକାରର କ୍ରେଜ ଦେଖିବାକୁ ମିଳିଥିଲା। ଅଧିକାଂଶ ଭାରତୀୟ ତାଙ୍କ ସହ ସେଲ୍ଫି ନେବାକୁ ଆଗ୍ରହୀ ଥିଲେ। ଏଥି ସହିତ ଯେତେ ବେଳେ ସେ ପ୍ରବାସୀ ଭାରତୀୟ ମାନଙ୍କୁ ସମ୍ବୋଧିତ କରିଥିଲେ, ତ ସେହି ସମୟରେ ‘ଭାରତ ମାତା କୀ ଜୟ’ ସ୍ଲୋଗାନରେ ପୂରା ଅଡିଟୋରିୟମ୍ କମ୍ପି ଉଠିଥିଲା। କହି ରଖୁଛୁ, ପିଏମ ମୋଦିଙ୍କର ଏହି ତିନି ଦିନିଆ ଗସ୍ତ ମେ’ ୨ରୁ ୪ ପର୍ଯ୍ୟନ୍ତ ଥିଲା। ସର୍ବ ଶେଷରେ ମୋଦି ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌ଙ୍କୁ ଭେଟିଥିଲେ। ଏହି ବୈଠକରେ ମୋଦି ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ୟୁକ୍ରେନକୁ ନେଇ ଆଲୋଚନା କରିଥିଲେ। ଇମାନୁଏଲ୍ ନିକଟରେ ରାଷ୍ଟ୍ରପତି ପଦ ପାଇଁ କଡ଼ା ମୁକାବିଲାରେ ପ୍ରତିଦ୍ୱନ୍ଦ୍ୱୀ ମରୀନ ଲି ପେନ୍‌ଙ୍କୁ ହରାଇଥିଲେ ଓ ପୁଣିଥରେ ରାଷ୍ଟ୍ରପତି ଭାବରେ ମନୋନୀତ ହୋଇଥିଲେ।

ସୂଚନାଥାଉ କି, କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଯାତ୍ରା କରି ନ ଥିଲେ। କିନ୍ତୁ ଏବେ ସେ ଅନ୍ୟ ଦେଶ ସହ ଭାରତର ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ପୁଣି ଥରେ ବିଦେଶ ଯାତ୍ରା ଉପରେ ଗୁରୁତ୍ୱାରୋପ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.